STORYMIRROR

NIBEDITA MOHAPATRA

Others

3  

NIBEDITA MOHAPATRA

Others

ହେ ବନ୍ଧୁ

ହେ ବନ୍ଧୁ

1 min
194


ହେ ବନ୍ଧୁ.......
ନୁହେଁ ମୁଁ ଅନନ୍ତ ନୁହେଁ ଯଶୋବନ୍ତ
ନୁହେଁ ମୁଁ ଅଚ୍ୟୁତ ବଳରାମ ଦାସ
ଜଗନ୍ନାଥ ଦାସ ପରି ସଖା ନୁହେଁ
ତଥାପି ରହିଛି ମୋ ତୁମଠି ଭାବ।
ସେ ଭାବକୁ ନେଇ କରୁଛି ଗୁହାରି
ଭାବ ବିନୋଦିଆ ରଖ ମୋର ଅଳି
ପଦ୍ମ ଚରଣରେ ତୁମ ସ୍ଥାନ ଦିଅ
ପ୍ରଭୁ ବନ୍ଧୁ ତୁମ କରି ନିଅ।

ବିଦୁରର ଶାଗ ଦାସିଆ ନଡିଆ
ଭାବଥିଲା ବୋଲି ଲାଗିଲା ବଢିଆ
ସୁଦାମାର ଖୁଦ ଆଉ ଶବରୀର କୋଳି
ଭାବରେ ଭାବରେ ତୁମେ ନେଲ ତୋଳି
ମୋ ମନରେ ତୁମ ପାଇଁ ସେହି ଭାବ
ବୁଝି କି ପାରୁନ ଆହେ ମହାଭାଗ
ପଦ୍ମ ଚରଣରେ ତୁମ ସ୍ଥାନ ଦିଅ
ପ୍ରଭୁ ତୁମ ବନ୍ଧୁ କରି ନିଅ।

ବନ୍ଧୁ ବୋଲି ଭାବି ବନ୍ଧୁ ମହାନ୍ତିକୁ
ସୁନା ଭୋଗ ଥାଳି ତୁମେ ଯାଚି ଦେଲ
ନିଜ ଭକତକୁ ରକ୍ଷା କରିବାକୁ
କେତେ ଅବତାର ତୁମେ ନେଇଥିଲ
ମୋ ପାଖକୁ ଥରେ ଆସି ମହାବାହୁ
ମୋ ଭାବକୁ ତୁମେ ନିଅ ହେ ଆଦରି
ପଦ୍ମ ଚରଣରେ ତୁମ ସ୍ଥାନ ଦିଅ
ପ୍ରଭୁ ତୁମ ବନ୍ଧୁ କରି ନିଅ।

ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର,ପୁରୀ


Rate this content
Log in