STORYMIRROR

kahnu charan sahu

Others

2  

kahnu charan sahu

Others

ହେ ବୀର ଯବାନ

ହେ ବୀର ଯବାନ

1 min
161

ହେ ଭାରତ ମାତାର

ସାହସୀ ପୁତ୍ର

ଆଜିର ଦିନରେ ତୁମେ

କ୍ରୁର ଆତଙ୍କି ଆକ୍ରମଣେ

ହୋଇଥିଲ ସହିଦ....!


ଥରି ଉଠିଥିଲା

ଭାରତ ମାଆର ଛାତି

ଚତୁଃପାଶ୍ୱର୍ରେ ଖେଳିଯାଇଥିଲା

ବିଶାଦର ବିଭୀଷିକା

ତୁମ ରକ୍ତଛିଟାରେ

ଭିଜି ଯାଇଥିଲା

ମୋ ଭାରତ ମାଆ...


ହେ ବୀର

ତୁମେ ସହୀଦ ନୁହଁ

ଭାରତୀୟ ହୃଦୟରେ

ତୁମେ ଚିରଦିନ ଆମର


ଭୁଲିକି ହେବ କେବେ ?

ଏ ଜୀବନ ଥିଲା ଯାଏଁ

ଫେବୃୟାରୀ ଚଉଦ

ସାରା ଭାରତେ ଖେଳିଯାଇଥିଲା

ଶୋକକୁଳ,,,, କ୍ରନ୍ଦନରେ

କମ୍ପିଉଠୁଥିଲା

ଭୂମିରୁ ଆକାଶ


ପ୍ରତି ଭାରତୀୟ

ଶରୀରରେ ବେଲଗାମ

ଗତିରେ ଗତି କରୁଥିଲେ

କ୍ଷୁଦ୍ର କ୍ଷୁଦ୍ର ରକ୍ତ ଜାଣିକା

ପ୍ରତିଶୋଧ ନେବାରେ


୪୪ ଭାରତର ବୀର ପୁତ୍ର

ବଦଳରେ ଧ୍ବଂସ କଲା

ଭାରତୀୟ ସେନା ଅନେକ ଆତଙ୍କବାଦୀ

ତଥାପି ସରିନି ସେ ପ୍ରତିଶୋଧ ର ନିଆଁ

ଆଜି ଯାଏଁ ଜଳୁଛି

ହୃଦୟ ବକ୍ଷରେ...ପ୍ରତିଶୋଧ ର ନିଆଁ ।


ହେ ବୀର

ମୋର ସହସ୍ର ନତମସ୍ତକ ପ୍ରଣାମ

ଭରିଦିଅ ଶକ୍ତି ମୋ ପୁଙ୍ଗୁଳା ଦେହରେ

ଲଢ଼ିବି ମୁଁ ଶେଷରେ

ପ୍ରତିଶୋଧ ବି ନେବି ମୋ ଭାରତ ମାଆକୁ

କନ୍ଦେଇଥିବା ଆତଙ୍କି ଠାରୁ


ସେ ଦିନର

ଚିତ୍କାର...ଆଃ ଭରିଦିଏ

ଶରୀରେ ପ୍ରତିଶୋଧ ର ନିଆଁ

ସତେ ଲାଗେ ଏବେ ଯାଇ ନିପାତ

କରିଦିଅନ୍ତି ସେ ନର ରାକ୍ଷସ କୁ

ତଣ୍ଟି କଣାକରି ପିଯାଆନ୍ତି ରକ୍ତ

ମୋ ଭାରତ ମାଆ ଆଖିରୁ

ଖୁସିର ଲୁହ ଝରିବା ଯାଏଁ ।


ହେ ବୀର

ତୁମ ଦାନ ମହାନ

ନିଜ ଜୀବନକୁ ଦେଶ ମାତୃକାର

ନିସ୍ୱାର୍ଥପର ସେବାରେ

ଆହୁତି ଦେଇଦେଲ

ସ୍ୱପ୍ନକୁ ଅଧୁରା ରଖି....

ହସୁଥିବା ସଂସାରକୁ କନ୍ଦେଇ

ଚାଲିଗଲା ସବୁକିଛି ମନେ ଅଛି


ଆଉ ଏହାର ପରିଣାମ

ଭୟଙ୍କର ହେବ

ପୃଥିବୀ ଥରିବ

ନର ପିଶାଚର ବିଲୟ ଘଟିବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍