Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

tikeshwar sahu

Others

3  

tikeshwar sahu

Others

ହାଟ

ହାଟ

1 min
179



ହାଟ ବଜାରରେ ବିକା କିଣା ଚାଲେ

ଭିନ୍ନ ଭିନ୍ନ ଜିନିଷର,

ଆବଶ୍ୟକତାର ପରିପୂର୍ଣ୍ଣ ହୁଏ

 ଦିଆନିଆର ବେଭାର |୧|

ରଙ୍ଗ ବେରଙ୍ଗର ଜିନିଷ ଦେଖିଲେ 

ଭୁଲିଯାଏ ଏହି ଆଖି,

କେବେ କେତେବେଳେ ଭୁଲାଣିଆ ମନ

ଭୁଲିଯାଏ ରଙ୍ଗ ଦେଖି |୨|

ପକେଟରେ ଅର୍ଥ ଥାଉ ବା ନଥାଉ

ମନ ରୋକି ପାରେ ନାହିଁ,

ସମସ୍ତ ରଙ୍ଗିଲା ଜିନିଷ ନେବାକୁ

ମନ ହାଇଁପାଇଁ ହୋଇ |୩|

କିଏ ଚାଲିଚାଲି କିଏ ତ ଗାଡ଼ିରେ 

ହାଟ କରିବାକୁ ଯାଏ,

ହାଟ ସରିଗଲେ ନିଜ ନିଜ ବାଟ

ଧରି ଫେରିବାକୁ ହୁଏ |୪|

ଆଖି ଦିଶୁଥିବା ହାଟକୁ ଦେଖିଲେ

ଏମିତି ପ୍ରତିତ ହୁଏ,

ସଂସାର ହାଟଟା ମୋଟେ ଦିଶେ ନାହିଁ

ଆଖି ଝଲସାଇ ଦିଏ |୫|

ଦୁନିଆଁ ହାଟଟା ବଡ଼ ରଙ୍ଗମଞ୍ଚ 

ଆମେ ସବୁ କଳାକାର,

ନାଟ ସରିଗଲେ ଯିଏ ଯା ବାଟରେ

ବେଳ ହୁଏ ଫେରିବାର |୬|

ହାଟକୁ ଯିବାରେ ବଡ଼ ମଜାଲାଗେ

ରଙ୍ଗିନ ବଜାର ପାଇଁ,

ଫେରିବାର ବାଟ ବହୁ କଷ୍ଟ ଲାଗେ

ହାଟରୁ ବିଚ୍ଛେଦ ପାଇଁ |୭|

ସପ୍ତାହିକ ହାଟ ହିସାବ କିତାବ

ପକେଟ ଖାତାରେ ଥାଏ,

ଦୁନିଆଁ ହାଟର ସୁକର୍ମ କୁକର୍ମ

ହିସାବ କରୁଛି ସିଏ |୮|

କିଏ କେତେ ଦେଲା କିଏ କେତେ ନେଲା

ଅଜାଣତ ଆମ ପାଇଁ,

ସବୁରି ହିସାବ ଜଣେ କରୁଅଛି

ସିଏ ଜଗତ ଗୋସାଇଁ |୯|

ଭିତରେଇ ଦେଖ ଦୁନିଆଁ ହାଟକୁ

ସବୁ ଦେଖା ମିଳିଯିବ,

ପ୍ରଭୁ ପଦରେ ଶରଣ ପଶିଲେ

ହାଟ କଥା ବୁଝିହେବ |୧୦|



Rate this content
Log in