ହାଟ
ହାଟ

1 min

181
ଜୀବନ ହାଟରେ ଆମେ
ଜଣେ ଜଣେ ହାଟୁଆ
ହାଟ ସରିଗଲା ପରେ
ବାହୁଡ଼ିବା ନିଜର ପଥରେ ||
କିଏ ସ୍ୱର୍ଗ ତ କିଏ ନର୍କ
ଯେ ଯାହାର କର୍ମ ଅନୁସାରେ
ଯିବାକୁ ପଡିବ ତା ବାଟରେ
କେହି କାହାକୁ ରୋକି ପାରିବନି ||
ଭଲ କର୍ମ କଲେ ଜୀବନେ
ମିଳିବ ସ୍ୱର୍ଗରେ ସ୍ଥାନ
ବୈକୁଣ୍ଠ ପୁରରେ ବିଷ୍ଣୁଙ୍କ ଚରଣେ
ନ ହେଲେ ନର୍କରେ ବି ମିଳିବନି ଜାଗା ||
ସେଥିପାଇଁ କର୍ମ ହିଁ ମହାନ
କର୍ମ ରେ ଜିଣିବା ମଣିଷ ହୃଦୟ
ଭଲ ଆଉ ଭେଲ ଭିତରେ
ପାର୍ଥକ୍ୟ ବୁଝି ଆଗକୁ ସତର୍କ ହେବା ||
ହାଟରୁ ସଉଦା ସରିବା ଆଗରୁ
ବାଛି ନେବା ଭଲର ପଥ
ଯାହା ଆମକୁ ଅମର କରିବ
ସାରା ଜୀବନ ସଭିଙ୍କ ପାଖରେ ||