STORYMIRROR

Chinmaya Kumar Nayak

Others

4  

Chinmaya Kumar Nayak

Others

ହାତକଡ଼ି

ହାତକଡ଼ି

1 min
23.2K

ଏଇ ହାତକଡ଼ି ତୋର ସୁରକ୍ଷା ବନ୍ଧନ

ଭାଙ୍ଗିଲେ ଆକାଶ ପଡ଼ିବ ଛିଡ଼ି,

ନିର୍ଦ୍ଦେଶିତ ଦିନ ପର୍ଯ୍ୟନ୍ତ ତୁ ବନ୍ଦୀ

ରହିଲେ ରହିବ ସୁରକ୍ଷା ବେଡି।


ଅମାନିଆ ହୋଇ ଡେଇଁଯିବୁ ଯେବେ

ନିର୍ଦ୍ଧାରିତ ତୋର ଲକ୍ଷ୍ମଣ ରେଖା,

କୃତ କର୍ମର ତୋ ପ୍ରତିଫଳୁ ତୋତେ

ପାରିବେନି କେହି କରି ତୋ ରକ୍ଷା।


ସମୟ ଆଣିଛି ବିପଦ ସମ୍ବାଦ

ମହାମାରୀ ନାମେ ହାତରେ ଧରି,

ଅଧୈର୍ଯ୍ୟ ଅସ୍ଥିରେ ଭାଙ୍ଗି ପଡ ନାହିଁ

ନିର୍ଭୟରେ ବସ ଇଷ୍ଟ ସୁମରି। 


ବିତିଯିବ ଏଇ ଦୁଃସମୟ ଦିନେ

ନବ ସୁର୍ଯ୍ୟ ନଭେ ଆସିବ ଉଇଁ,

ସେ ଯାଏଁ ସତର୍କ ସଚେତ ରହିବା

ହସିବ ପୁଣି ଏ ଧରଣୀ ଭୂଇଁ। 



Rate this content
Log in