STORYMIRROR

Jumarnath Patra

Others

2  

Jumarnath Patra

Others

ହାଲୋ

ହାଲୋ

1 min
859



ସପନ ଟେ ଏଇମିତି

ଗୋଲାପର କଂଟାରେ ଆଘାତ

ହାତରୁ ଟପଟପ ଝରୁଥିବା

ରକ୍ତ ବୁନ୍ଦା କୁ ଚୁମି ପକେଇବାର

ସପନ ଟେ ଏଇମିତି

ଚହଲା ପୋଖରୀ ପାଣିର ଭଉଁରି ଟେ ପରି

ପ୍ରିୟାର ଅତି ସମ୍ବେଦନଶୀଳ ନାଭୀ ଟି ...ଆଃ

ତା'ପରେ

ଟଣା କଜଳ ଲଗା

ଆଖି ଦୁଇଟିର ସମ୍ମୋହନ ରେ

ସବୁ ଯେମିତି ଷ୍ଟିଲ (ସ୍ଥିର )

ଆଉରି ବି

ଚୁମୁଥିବା ପ୍ରିୟା ଓଠକୁ ହାଲକା ଦାବରେ

ନିଜ ରକ୍ତ କୁ ନିଜେ ଚୁଚୁମିବାରେ

ସପନ ଟେ ଏଇମିତି

କେରାଏ ଲାଜୁଆ ହସ

ଲାଖି ରହିଥିବ ତା' ଓଠ ଫାଙ୍କରେ

ଯେମିତି ସେଇ ହସ ଟିକକ

କେବଳ ଆଉ କେବଳ ମୋ'ରି ପାଇଁ ହେଇଥିବ

ସପନ ଟେ ଏଇମିତି

ପାଖରେ ବସି ମୁଣ୍ଡ ସାଉଁଳୁଥିବ

ଆଉ ଗୁଣୁଗୁଣାଉଥିବ ରାଗିଣୀଟେ ପରି

ମୋ କାନ ପାଖରେ

ଆଉ ମୁଁ ଶୋଇ ପଡୁଥିବି ଛାଇ ନିଦରେ

ସପନ ଟେ ଏଇମିତି

ଦୁଆର ବନ୍ଧରେ

କଣେଇ ଚାହିଁଥିବ ରାସ୍ତା କୁ

ସମସ୍ତଙ୍କ ଅଲକ୍ଷ୍ୟରେ

ମୋ ରାସ୍ତା ପାରିକୁ ଅପେକ୍ଷି

ସପନ ଟେ ଏଇମିତି

ଲ୍ୟାଣ୍ଡ ଫୋନ ଟିକୁ ଅନାଉଥିବ ବାରମ୍ବାର

ରିଂ ଟିଏ ହୁଏତ ଆସିବ

ଆଉ ଦୌଡିଯାଇ ଉଠେଇ

କହିବ ଅତି ଆବେଗରେ ...ହାଲୋ ...


ଜୁମର


Rate this content
Log in