STORYMIRROR

Gyanendriya Dash

Others

3  

Gyanendriya Dash

Others

ଗୁରୁଶିଷ୍ୟ ପରମ୍ପରା

ଗୁରୁଶିଷ୍ୟ ପରମ୍ପରା

1 min
242

    -୧-

ସମ୍ମାନ ଜଣାଏ ମଞ୍ଚାସୀନ ମୋର

ଅତିଥି ଓ ଅଭ୍ୟାଗତ ।

ଉପସ୍ଥିତ ଗୁରୁ ସଜ୍ଜନ ମଣ୍ଡଳୀ

ଘେନ ମୋର ପ୍ରଣିପାତ ।।


ଧନ୍ୟବାଦ ଦେବି ଲାୟନ୍ସ କ୍ଲବର

ଅଧ୍ୟକ୍ଷ ଓ କାର୍ଯ୍ୟକର୍ତ୍ତା ।

ଗୁରୁପୂଜନର ଏ କାର୍ଯ୍ୟକ୍ରମରେ

ଦ୍ୟନ୍ତି ସଂସ୍କୃତିର ବାର୍ତ୍ତା ।।


ମହାନ ଅଟଇ ଭାରତ ସଂସ୍କୃତି

ଅଟେ ସର୍ବ ପୁରାତନ ।

ଗୁରୁଶିଷ୍ୟଙ୍କର ପରମ୍ପରା ଆମ

ଜଗତେ ଅଟେ ମହାନ ।।


ବଞ୍ଚାଇ ରଖିଛି ଏହି ଅନୁଷ୍ଠାନ

ଗୁରୁଶିଷ୍ୟ ପରମ୍ପରା ।

ଗୋଟିଏ ମଞ୍ଚରେ ଗୁରୁଦିବସରେ

ଏକତ୍ରିକରଣ ଧାରା ।।


   -୨-

ଆହେ ମୋର ପ୍ରିୟ ଆପଣାର ଶିଷ୍ୟ

ଶୁଣ ମୋ ବାଣୀ ପ୍ରକାଶ ।

ବରଷକେ ପୁଣି ସେପ୍ଟେମ୍ବର ପାଞ୍ଚ

ଆସିଛି ଗୁରୁଦିବସ ।।


ବିଦ୍ୟା ଶିକ୍ଷା ଏକ ଅମୂଲ୍ୟ ସମ୍ପଦ

କରିବନି କେବେ ହେଳା ।

ଅବହେଳା କଲେ ଅବନତି ହୁଏ

ବୁଡିଯାଏ ସିନା ଭେଳା ।।


ଗୁରୁଙ୍କ ନିର୍ଦ୍ଦେଶ ଅମାନ୍ୟ ନ କରି

ମାପିଚୁପି ସମୟକୁ ।

ମନଦେଇ ପଢ଼ି ସଫଳ ପ୍ରୟାସେ

ବଳିଯାଅ ଦୁନିଆଁକୁ ।।


ତୁମ ସଫଳତା ଆମ ପାଇଁ ଗର୍ବ

ଖୁସି ଓ ଆନନ୍ଦ ଦିଏ ।

ତୁମେ ବଡ଼ ହୋଇ ଶୀର୍ଷପ୍ରାପ୍ତି କଲେ

ମନ ପୁଲକିତ ହୁଏ ।।


ମୋର ପ୍ରିୟ ଶିଷ୍ୟ ସମାଜରେ ଶ୍ରେଷ୍ଠ

ହେବାରେ ନ କରି ଊଣା ।

ଦେଶ ମାତୃକାର ସେବା କଲେ ହେବ

ପ୍ରକୃତ ଗୁରୁଦକ୍ଷିଣା ।।


    -୩-

ଗୁରୁଦିବସରେ ଗୁରୁଙ୍କୁ ପୂଜୁଛି

ସମାଜ ମାର୍ଗଦର୍ଶକ ।

ତାଙ୍କ ପାଇଁ ସିନା ଜୀବନର ଡଙ୍ଗା

ଚାଲିଛି ହୋଇ ସଳଖ ।।


ନମ୍ର ତ୍ୟାଗୀ ଆଉ କୁଶଳୀ ସଂଯମୀ

ସଦାଚାରୀ ମିତଵ୍ୟୟୀ ।

ସଂସ୍କାରୀ ବୈଚାରୀ ସମୟାନୁବର୍ତ୍ତୀ

ନିରପେକ୍ଷ ସେ ସ୍ୱାଧ୍ୟାୟୀ ।।


କର୍ତ୍ତବ୍ୟନିଷ୍ଠା ଓ ପର ଉପକାରୀ

ସମାଜ ସେବାରେ ବ୍ରତୀ ।

ସଂସ୍କୃତି ସମ୍ପନ୍ନ ଛାତ୍ରବତ୍ସଳ ସେ

ପୁଣି ନିୟମାନୁବର୍ତ୍ତୀ ।।


ଗୁରୁ ହିଁ ଅଟନ୍ତି ସବୁଦିନ ଶିଷ୍ୟ

ଶିଖୁଥାନ୍ତି ନୂଆଁ ନୂଆଁ ।

ତେବେ ସିନା ସିଏ ଶିଷ୍ୟ ଗଢ଼ିଥାନ୍ତି

ଦେଖାଇବାକୁ ଦୁନିଆଁ ।।


ଲଭିଛି କିଞ୍ଚିତ ରହିଅଛି ବାକି

ଲଭିନାହିଁ ପୂର୍ଣ୍ଣମାତ୍ରା ।

ମରିବା ପର୍ଯ୍ୟନ୍ତ ଚାଲିଥିବ ନିତ୍ୟ

ଏହି ଶିଖିବାର ଯାତ୍ରା ।।


ଶିକ୍ଷକ ସମାଜ ଗ୍ରହିଲେ ଏ ନୀତି

ବଢ଼ିବ ଶିକ୍ଷା ମହତ୍ତ୍ୱ ।

ତେଣୁ ନିବେଦନ ବିନୀତ ପ୍ରାର୍ଥନା

ଦେବା ଏହାକୁ ଗୁରୁତ୍ୱ ।।



Rate this content
Log in