STORYMIRROR

pranati Mahapatra

Others

3  

pranati Mahapatra

Others

ଗୁରୁବର ତୁମେ ଶ୍ରେଷ୍ଠ

ଗୁରୁବର ତୁମେ ଶ୍ରେଷ୍ଠ

1 min
471

ଗୁରୁବର ତୁମେ ଶ୍ରେଷ୍ଠ


🙏🙏🙏🙏🙏🙏🙏

ସତ୍ୟ,ଦ୍ଵାପର, ତ୍ରେତୟା ଓ କଳି

ଗୁରୁବର ତୁମେ ଶ୍ରେଷ୍ଠ,

ଭାଗ୍ୟ ଆକାଶରୁ ଅନ୍ଧାର ହଟେଇ

ଦେଖାଅ ଆଲୋକର ବାଟ।

ସତ୍ୟ,ଦ୍ଵାପର...

ତୁମେ ବ୍ରହ୍ମାବିଷ୍ଣୁ ତୁମେ ମହେଶ୍ବର

ତୁମେ ସାକ୍ଷାତ ଈଶ୍ୱର,

ଚରଣ ବନ୍ଦନା କରେ ମୁଁ ବିନୟେ 

ଅର୍ଚ୍ଚନା ଘେନା କର,

ତୁମରି ଆଶିଷେ ଅସାଧ୍ୟ ସାଧନ

ପୂର୍ଣ୍ଣ ହୁଏ ଶୂନ୍ୟ ଘଟ।

ସତ୍ୟ,ଦ୍ଵାପର...।

ମଣିଷ ତିଆରି କାରଖାନା ତୁମେ

ତ୍ରିଦେବଙ୍କ ଅବତାର,

ନରଦେହ ବହି ଆସିଛ ଧରାକୁ

ଜାଳିବାକୁ ବହ୍ନି ଆଲୋକର,

ଜ୍ଞାନର ପ୍ରଦୀପ ତୁମେ ଜାଳ ବୋଲି

ବିଶ୍ଵେ ତାହା ପ୍ରଘଟ।

ସତ୍ୟ,ଦ୍ଵାପର...

ଗୁରୁ ପରମ୍ପରା ଆମରି ସଂସ୍କୃତି

ସ୍ଵାଭିମାନ ଏ ଜାତିର,

ଗୁରୁଙ୍କ ଗୁଣରେ ହୋଇ ବଳୀୟାନ

ଜିଣି ହୃଦ ସଭିଙ୍କର,

ଜୀବନ ଧନ୍ୟ କରିବା ଗୁରୁଙ୍କ

ବନ୍ଦନ କରି ପଦ।

ସତ୍ୟ,ଦ୍ଵାପର, ତ୍ରେତୟା ଓ କଳି

ଗୁରୁବର ତୁମେ ଶ୍ରେଷ୍ଠ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍