STORYMIRROR

Ramakanta Behera

Children Stories Action Inspirational

2  

Ramakanta Behera

Children Stories Action Inspirational

ଗୁରୁ ଆଶିଷ

ଗୁରୁ ଆଶିଷ

1 min
302

କଞ୍ଚା ମାଟିକୁ     ହାତରେ ତୁମର 

    ଦିଅ କେତେ ତୁମେ ରୂପ 

ଗୁରୁ ଦିବସରେ   ତୁମରି ପାଖରେ 

     ଶ୍ରଦ୍ଧା ବିଶ୍ୱାସର ଧୂପ        ।।


ଥାପୁଡ଼େଇ ଦିଅ   ତୁମେ ଯେବେ ପିଠି 

    ମନେ ଯାଏ ଉର୍ଜା ଭରି

ତୁମରି ଆଶିଷ   ଥିଲେ ମୋ ସାଙ୍ଗରେ 

    କିଏ ହେବ ମୋର ସରି       ।।


ତୁମେ ପିତା ମାତା  ତୁମେ ହିଁ ଶଙ୍କର 

   ତୁମେ ମୋ ଜୀବନେ ଲୋଡ଼ା 

ତୁମ ବିନା ପ୍ରଭୁ    କିଛି ବି ନଭାବୁ

    ମନ ମୋର ଦରପୋଡା       ।।


ଦରପୋଡା ହୋଇ  ରହିଛି ହେ ଗୁରୁ 

    ଦିଅ ମୋତେ ତୁମ ଆଶିଷ 

ତୁମ ଶିଷ୍ୟ ହୋଇ   ଏହି ଜଗତରେ 

     ରଖିବି ତୁମର ଯଶ         ।।

 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍