STORYMIRROR

Minakshi Samal

Others

2.5  

Minakshi Samal

Others

ଗୁପ୍ ଚୁପ୍

ଗୁପ୍ ଚୁପ୍

1 min
3.2K


*** ଗୁପ୍ ଚୁପ୍ ***


କାଲି ସଞ୍ଜ ବେଳେ

ଭାରି ମନହେଲା

ଗୁପ୍ ଚୁପ୍ ଖାଇବାକୁ

ବାହାରେ ବରଷା

ମନରେ ଲାଳସା

ହେବ କିଛି କରିବାକୁ ।


ଗୁପ୍ ଚୁପ୍ କଥା

ଭାବିଲେ ପାଟିରୁ

ଥପ୍ ଥପ୍ ଲାଳ ବୋହେ

ନଖାଇଲା ତକ

ପେଟ ଆଉ ମନ

ଡହଳ ବିକଳ ହୁଏ ।


ଗୋଲାକାର ତାର

ରୂପ ମନଲୋଭା

ପେଟରେ ଆଳୁର ପୂର

ଖଟାପାଣି ଦେଇ

ମୁଖରେ ଭରିଲେ

ଝରଇ ଅମୃତ ଝର।


କାଲୁଆ ପବନ

ଝିପି ଝିପି ମେଘ

ପାଟି ମନ ହାଇଁପାଇଁ

ଭାବିଲି ଯାଉଛି

ବନେଇବି ବସି

ଗୁପ୍ ଚୁପ୍ ନିଜେ ମୁହିଁ।


ସିଝା ଆଳୁ ସାଙ୍ଗେ

ଜୀରା ଲଙ୍କା ଗୁଣ୍ଡ

ତା ସହ ଧନିଆଁ ପତ୍ର

ବିଟ ଲୁଣ ଆଉ

ଗରମ ମସଲା

ମିଶାଇ କରିଲି ପାଗ।


ତେନ୍ତୁଳି ଚକଟି

ପାଣିରେ ମିଶାଇ

ଦଳିଦେଲି କଞ୍ଚା ଲଙ୍କା

ଜଳଜୀରା ଗୁଣ୍ଡ

କଳାଲୁଣ ସାଙ୍ଗେ

ଆହାକି ଅପୂର୍ବ ବାସ୍ନା।


ଗୁପ୍ ଚୁପ୍ ଛାଣି

ତ୍ରିମୂର୍ତ୍ତୀ(ଗୁପ୍ ଚୁପ୍,ଆଳୁଚକଟା,ଖଟାପାଣି)ଙ୍କୁ ଆଣି

ସଜାଇ ରଖିଲି ମୁହିଁ

ଗପାଗପ୍ କରି

ଖାଇଦେଇ ଗଲୁ

କି ଅପୂର୍ବ ସ୍ବାଦ ସେହି।


ଏ ଗୁପ୍ ଚୁପ୍ ର

ସ୍ରଷ୍ଟା ଯିଏ ହେଉ

ଅଟନ୍ତି ସେ ଯେ ମହାନ

ଧନ୍ୟ ତୁମେ ସ୍ରଷ୍ଟା

ଧନ୍ୟ ତୁମ ସୃଷ୍ଟି

ଝିଅ ମାନଙ୍କର ପ୍ରାଣ।


*** ମିନାକ୍ଷୀ ସାମଲ ***


Rate this content
Log in