ଗୁଣ୍ଡୁଚି
ଗୁଣ୍ଡୁଚି
1 min
265
କୋମଳ ସୁନ୍ଦର
ସମ୍ଭ୍ରାନ୍ତ ସରଳ
ମନଗ୍ରାହୀ ଭଙ୍ଗୀ ତାର
ସଭିଙ୍କୁ କରେ ଆକର୍ଷଣ ।
ନିରୀହ ନିର୍ଭୀକ
କ୍ଷୁଦ୍ର ଓ ସମର୍ଥ
ନିଜପରେ ଅସୀମ ବିଶ୍ବାସ
ଉଲ୍ଲସିତ କରେ ପରିବେଶ ।
ସମ୍ବେଦନର ଦର୍ପଣ ଅଦ୍ଭୁତ
ନିଜ ହୁଏ ଚେହେରା ଅନ୍ଯର
ଆତ୍ମସନ୍ତୋଷ ମିଳେ ଅପାର
ସର୍ମପିତ ସେବା ଓ ନିଷ୍ଠାର।
ସାହାଯ୍ୟରେ ନାହିଁ ବଡସାନ
ହୁଅନ୍ତୁ ବା ମହାମହିମ ରାମ
ସାମାନ୍ଯ ନୁହଁଇ ସହଯୋଗ
ବାଲି ବାନ୍ଧେ ସେତୁ ସଂପର୍କର ।
ଭାବକୁ ବୁଝନ୍ତି ଭଗବାନ
କାମକୁ ମିଳଇ ସମ୍ମାନ
କୋମଳ ତନୁରେ ଲେଖା
ଆଶୀର୍ବାଦର ତିନି ଗାର।
ଗୁଣ୍ଡୁଚି ତୁମକୁ ନମସ୍କାର
ମିଳୁ ଭାଗ୍ଯ ପରଜନ୍ମର
ପ୍ରଭୁଙ୍କୁ କରିବି ଅନୁରୋଧ
ହେବାକୁ ତୁମର ଅବତାର ।
