STORYMIRROR

Anupama Sahu

Others

3  

Anupama Sahu

Others

ଗୁଣ ଚିହ୍ନେ ଗୁଣିଆ

ଗୁଣ ଚିହ୍ନେ ଗୁଣିଆ

1 min
167

ରୂପ ଦେଖି ମୋତେ 

ଭଲ ପାଅ ବୋଲି 

ଶୃଙ୍ଗାର ରସରେ ବୁଡୁଛି 

ତ୍ୱଚାରୁ ଚମକ 

ନ କମିବା ପାଇଁ 

ନିଇତି ସଜେଇ ହେଉଛି। 


 ରୂପ ଝାଉଁଳିଲେ 

ଚାଲିଯିବ କାଳେ 

ଲାଗୁଅଛି ମୋତେ ଯେ ଡର 

ଗୁଣ ଦେଖି ଯଦି 

ଭଲ ପାଇଥାନ୍ତ

ସଂଶୟ କି ହୁଅନ୍ତା ମୋର। 


ରୂପ ଠାରୁ ବଡ 

ମନ ଆଉ ଗୁଣ 

ଏକଥା କହୁଛି ଦୁନିଆଁ 

ରୂପର ଆଦର 

ସଭିଏଁ କରନ୍ତି 

ଗୁଣ ଚିହ୍ନେ କିନ୍ତୁ ଗୁଣିଆ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍