STORYMIRROR

Eli Mohanty

Others

3  

Eli Mohanty

Others

ଗୁଡି

ଗୁଡି

1 min
13.4K


ଗୁଡି

ଚାଲ୍

ନଟେଇରେ ମେଘ ଖଣ୍ଡେ ବାନ୍ଧି

ଗୁଡି ଉଡେଇବା...

ମେଘ ଉଡି ଉଡି ହାଲିଆ ହେବ

ଗର୍ଜିବ, ବର୍ଷିବ.....

ବର୍ଷେଇବା ତାକୁ ମରୁଭୂମି ଉପରେ

ସେଠି ନୂଆ ନୂଆ ନଦୀ ବୁହେଇବା

ଦେଶକୁ ନଦୀମୟ କରିବା ।

ବାଲିମାନେ ବିଦ୍ରୋହ କରିବେ

ବିସ୍ଥାପିତ ହେବା ଭୟରେ,

କର୍ମ ସଂସ୍ଥାନ ହରେଇ ଓଟମାନେ

ତାଜୁବ ହେବେ ହତାଶାରେ ।

ସେମାନଂକ ପାଇଁ ଖୋଲା ମଂଚଟିଏ ତିଆରିବା

ନିତି ସେଠି ଭାଷଣ ଦେବେ ବହୁରୂପି ଏଣ୍ଡୁଅ ଦଳ

ଅନୁକମ୍ପା ମୂଳକ ସହାୟତା ବିଷୟରେ ।

ଅଧିକ ଉତ୍ତେଜନା ପ୍ରବଣ ସ୍ଥାନରେ

ଖଞ୍ଜିଦବା କିଛି ଭଡାଟିଆ ତାରା

ଦିନସାରା ମାତାଲ ହେଇ ପଡନ୍ତୁ ବାହାରେ

ରାତି ସାରା ଦେବେ ପହରା...!

ଏଣ୍ଡୁଅ, ଓଟ କି ବାଲିଂକୁ

ବୁଝେଇବା ଦରକାର ନାହିଁ

ନଦୀ ଅଲବତ ବୋହିବ

ଉନ୍ନତି ପଥରେ ଦେଶ ପାଦେ ଆଗେଇବ

ବିସ୍ଥାପିତଂକ ଆର୍ତ୍ତନାଦକୁ 'ଜୟ ହୋ' ଧ୍ୱନିରେ

ବଦଳେଇ ଦିଆଯିବ

ଦେଶ ପାଇଁ ଜୀବନ ଦବାକୁ କହୁନି

ଖାଲି ମୋ ନଟେଇରେ

ଭିଡିଆଣି ବାନ୍ଧିଦେ ନା ମେଘ ଖଣ୍ଡେ

ଦେଖୁନୁ ……..!


Rate this content
Log in