STORYMIRROR

Jumarnath Patra

Others

2  

Jumarnath Patra

Others

ଗୁଡ୍ ମର୍ଣ୍ଣିଂ

ଗୁଡ୍ ମର୍ଣ୍ଣିଂ

1 min
177



ଉଠି ପଡ

ଉଠିପଡି ସେସବୁ ସାରି

ଦେଖିନିଅ ହ୍ବାଟ୍ସ୍ ଆପ ମେସେନ୍ଜର

ଆଉ ପଢି ଉତ୍ତର ଦେଇଦିଅ ସଅଳ

ଲେଖି ପକାଅ ସକାଳ ଖରା ଟାଣ ହେଲାଣି

କାଗଜଟିଏ ଟାଣି ଆଣ ସେଇଠୁ ଡାଏରୀ ନ ଖୋଜି

ହଁ ଡ୍ରଇଁ ଖାତାରୁ ନହେଲେ

ଆଡ ପେପର ପଛ ପଟେ ଗାରେଇ ଦିଅ

ଖବର କାଗଜ ଫାଙ୍କା ରେ ବି ଲେଖୁନ

ଲେଖ ଯୋଉଠି ଲେଖୁଛ ଶୀଘ୍ର ଲେଖ

ଲେଖା କବିତା ସବୁ ଉତୁରି ଆସିଲାଣି

ବଡି ଭୋରରୁ ଫେସ ବୁକ ରେ

ହଁ ଚା' ଟିକେ ପିଇନିଅ

କ'ଣ ଲେଖିବ ତା'ବି କହିବି

ଲେଖୁନ କଣ୍ଡୁରୀ ଭଣ୍ଡାରୀ କଥା

ତା' ଛୋଟ ଛୋଟ ବେଢଂଗ ପିଲାଙ୍କ କଥା

ବାଇଆ ତନ୍ତି କେମିତି କାଲି ରାତି ଅଧରେ

ଶୋଧୁଥିଲା ଭାରିଯାକୁ ..ଲେଖ

ଧନୀ ସାହୁ ପୁଅଟା ଘରକୁ ଫେରିନି କାଲି ଠୁ

ଲେଖୁନ କୋଉଠି ପାଉଡର ଟାଣି ...

ପଧାନ ପୁଅଟା ଟୋକି ନେଇ ଛୁ

ହଁ ଲେଖ କେମିତି କ'ଣ

ବାଗେଇକି ଲେଖିଦିଅ

ବେହେରା ସାହି ଗଣ୍ଡଗୋଳ ..

ହଁ ଲେଖିଦିଅ ହସ୍ପିଟାଲ ପର୍ଯ୍ୟନ୍ତ

ବ୍ରାହ୍ମଣ ପୁଅ ମାଙ୍କଡ ...ହଁ ଲେଖ

ହଁ ସେ ପାଗିଳିଟିର ଫି ସନ

ଭୁଗୋଳ ବଦଳିବା କଥା ଲେଖୁନ

ଫେରି ବାଲା କଥା...ହଁ ଲେଖ

କାଲିର ସପନ କଥା ...ଜମାରୁ ଲେଖନି

ସେ ବିଗିଡିଯିବେ ଯେ

ଘରେ ତୁଚ୍ଛାଟାରେ

ଅଶାନ୍ତି କାନି ପାରି ବସିବ

ଯା'ହଉ ଲେଖ ..

ବସନ୍ତ ବର୍ଷା ଶୀତ ..ନା ଥାଉ ପରେ

ଡେରି ହେଲାଣି ...ଲେଖି ପକାଅ

ଆଉ ଶୀଘ୍ର ପୋଷ୍ଟ କରିଦିଅ ଏଫ ବି ରେ

ଆମେ ଅପେକ୍ଷା କରିଛୁ ଯେ ...


ଜୁମର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍