STORYMIRROR

ABADHOOT PANDA

Others

3  

ABADHOOT PANDA

Others

ଗ୍ରୀଷ୍ମ ବୈଶାଖ

ଗ୍ରୀଷ୍ମ ବୈଶାଖ

1 min
199

b


       ଗ୍ରୀଷ୍ମ ବୈଶାଖ 

ବସନ୍ତ ଯାଇଛି ଚାଡ଼ି ଆମ ଦୁନିଆଁ 

ଗ୍ରୀଷ୍ମ ଆସିଛି ଧାଇଁ ନୂଆ କୁଣିଆ 


ଝାଳ ବୁହାଇ ଦେହୁ କରି ସୁସ୍ଥିଆ 

ଜଳଧାରାର ଉତ୍କର୍ଷତା ବଢ଼ିଆ 


ପୋଖରୀ ନଈନାଳ ପକାଏ ଡାକ 

ହେବନ୍ଧୁ ଆସଧାଇଁ ଡାକେ ମୋ ଅଙ୍କ 


କେତେ ସ୍ପର୍ଶ ସୁଖ ଲଭିବୁ ତ ଆମେ 

ଚମ୍ପକ ଡାକୁଛି ଆସ ମୋ ମରମେ 


ହଳଦୀ ଗୁରୁଗୁରୁ ନାଗ ରାଜ ତମେ 

ଶୁଅ ନିଶିଥେ ମୋ ପାଖୁଡ଼ା ଉପରେ 


ଚମ୍ପାନାଗ ନାଁ କର ସାର୍ଥକ ଖୁସିରେ 

ଏବେବି ଗ୍ରୀଷ୍ମ ପ୍ରବାହ ଆସିନି ଏତେ


ଜୀବଉଦ୍ଭିଦ ଗଣେ ଟିକେ ନିଶ୍ଚିନ୍ତେ

ପଣା ସଂକ୍ରାନ୍ତି ପଣା ଭାରି ସୁଆଦ 


ପିଇବାକୁ ପିଲା ବୁଢ଼ା ସବୁ ଉନ୍ମାଦ 

ହଳଦୀବସନ୍ତ ବାଇ ଗୀତ ଗାଇ 


ହଳଦୀବାସନ୍ତୀକୁ ଆକୁଳେ ଡାକଇ 

ପ୍ରେମର ପସରା ଦେଇ ମନ ଭରି 


ତୃପ୍ତପ୍ରେମିକା ମନେ ମାତୃସୁଖ ଆଣି  ପରସ୍ପର ଜଣେଜଣଙ୍କୁ ଠକେଇ 


ଏପ୍ରିଲ୍ ଫୁଲ୍ ରମଜା ଦିଅନ୍ତି ଚଖାଇ 

ଭକ୍ତବୃନ୍ଦେ କରନ୍ତି ପ୍ରାର୍ଥନା ଆତୁରେ 


ରାମନାମ ରଟି ରାମନବମୀ ତିଥିରେ 

ଚାଷୀଗଣେ ଧାମନ୍ତି ବିଲକୁ ହଳଧରି 


ଅକ୍ଷୟ ତୃତୀୟା ଭୂମିକର୍ଷଣେ ମାତି 

ଧାନ ବିହନଗୁଡ଼ିକୁ ଦିଅନ୍ତି ପୋତି 


ଲୋକେ କିଣନ୍ତି ସୁନାଳଙ୍କାର ସୌକେ 

ଲଭିବାକୁ ଶିରୀ ସୌଭାଗ୍ୟ ଟିକେ 


ବିଷ୍ଣୁ ଲକ୍ଷ୍ମୀ ମିଶି ବରସନ୍ତି ଆଶୀଷ 

ଅକ୍ଷୟ ତୃତୀୟ ନାମ କରି ବିକାଶ 


ବୈଶାଖ ବ୍ରତ ମହାପୁଣ୍ୟ ସଂସାରେ 

ମହାବିଷ୍ଣୁଙ୍କ କୃପା ଦୃଷ୍ଟି ସଚରାଚରେ 


ବସନ୍ତ ଯାଇଛି ଛାଡ଼ି ଧରା ପୃଷ୍ଠକୁ 

ପଛେ ରଖି ମହାତାପସୀ ବୈଶାଖକୁ 


ହେ ପୁଣ୍ୟାତ୍ମା ବୈଶାଖ ଶତ ଜୁହାର 

କରୁଥାଅ ସଦା ଏମିତି ଗ୍ରୀଷ୍ମ ବେଭାର 

            ••••••







Rate this content
Log in