STORYMIRROR

NIBEDITA MOHAPATRA

Others Tragedy

3  

NIBEDITA MOHAPATRA

Others Tragedy

ଗରୀବପଣ

ଗରୀବପଣ

1 min
248


ଦୁଇ ମାସର କଅଁଳ ଶିଶୁକୁ

ଛାତିରେ ଜାବୁଡି ଧରି,

ଚିରା ପଣତକୁ ଘୋଡେଇ ଦେଇଛି

ଶୀତରୁ କରିବ ପାରି।(୧)

ନାହିଁ ତା ପାଖେ ଆଶ୍ରୟ କୁଡିଆ

ଅବା ଶିତ ବସ୍ତ୍ରଟିଏ,

ରାସ୍ତାକଡର ଦୋକାନ ବାରଣ୍ତା

ଏକମାତ୍ର ସାହା ଟିଏ।(୨)

ତା ଗରୀବପଣ ସାଜିଛି ଆଜି

ସତେ ଅବା ଅଭିଶାପ,

ନିଷ୍ପାପ ଶିଶୁ ବି ଯାତନା ସହୁଛି

ତାର ଅବା କି ଦୋଷ।(୩)

ମାଘମାସର ଏ ହାଡ ଭଙ୍ଗା ଶୀତ

ବୁଝେ ନା ଧନୀ ଗରୀବ,

ସେଥିପାଇଁ ପରା ଦୁଃଖିନୀ ମା'ର

ଛାତିରେ ଭରିଛି କୋହ।(୪)

ଭୋକର ଜ୍ବାଳାକୁ ସହି ଯାଇଅଛି

ସେ ପରା ସର୍ବଂସହା ,

ସନ୍ତାନ କଷ୍ଟକୁ କେମିତି ସହିବ

ମମତାମୟୀ ସେ ମା'।(୫)

ରାତିରେ ବଢିଛି ଶୀତର ପ୍ରକୋପ

ସକାଳେ ଉଭେଇ ଯିବ,

ସେହି ସକାଳକୁ ଅପେକ୍ଷା କରିଛି

ମା'ର ସନ୍ତାନ ମୋହ।(୬)

ପୂରୁବ ଆକାଶେ ସୂରୁଜ ଉଇଁଲେ

ସରିବ ଶୀତର ଜ୍ବାଳା

ଉଦିତ ସୂର୍ଯ୍ୟର ସୁନେଲି କିରଣେ

ସଜେଇ ହୋଇବ ଧରା।(୭)

ନିବେଦିତା ମହାପାତ୍ର ,ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍