STORYMIRROR

ASWINI DASH ଅଶ୍ୱିନୀ ଦାଶ

Others

3  

ASWINI DASH ଅଶ୍ୱିନୀ ଦାଶ

Others

ଗୋଟିଏ ସର୍ତ୍ତ

ଗୋଟିଏ ସର୍ତ୍ତ

1 min
361

ଏମିତି ଅନେକ ସର୍ତ୍ତରେ ଜୀବନ,

ତଥାପି ଗୋଟିଏ ତୋ ପାଇଁ।


ଫେରିବୁନି କେବେ ଏଇ ସମୟକୁ,

ନଦୀ କୂଳର ରାସ୍ତା ଦେଇ,

ସେଇ ଗଛ ନିକଟକୁ।


ତୋ ହାଣୀରେ ବଂଶୀ ବାଜୁଥିଲା,

ତୋ କବରୀର ବାସ୍ନାରେ ଶିହରିତ ଥିଲି ମୁଁ,

ଝଡ଼ୁଥିଲେ ଫୁଲ ଆକାଶରୁ।


ସ୍ୱପ୍ନକୁ ଉଡେଇ ଦେଇ

ସ୍ମୃତିରେ ହିଁ ବଞ୍ଚିଲୁ ।


ସେଇ ଦିନ ପରି ଆଜି ବି ଫୁଙ୍କୁଚି ବଂଶୀ,

ଚିରକାଳର ସ୍ଵନ ମୁଁ,

ସମାଜର ଯନ୍ତ୍ରଣାରେ ବିଗ୍ଧ ,

ତୁ ଗୋଟିଏ ପକ୍ଷୀ ଜୀବନର।


କେବଳ ଗୋଟିଏ ସର୍ତ୍ତ,

ଫେରିବୁନି ତୁଏମିତି ଅନେକ ସର୍ତ୍ତ ରେ ଜୀବନ,

ତଥାପି ଗୋଟିଏ ତୋ ପାଇଁ।


ଫେରିବୁନି କେବେ ଏଇ ସମୟକୁ,

ନଦୀ କୂଳର ରାସ୍ତା ଦେଇ,

ସେଇ ଗଛ ନିକଟକୁ।


ତୋ ଚାହାଣୀରେ ବଂଶୀ ବାଜୁଥିଲା,

ତୋ କବରୀର ବାସ୍ନାରେ ଶିହରିତ ଥିଲି ମୁଁ,

ଝଡ଼ୁଥିଲେ ଫୁଲ ଆକାଶରୁ।


ସ୍ୱପ୍ନକୁ ଉଡେଇ ଦେଇ

ସ୍ମୃତିରେ ହି ବଂଚିଲୁ ।


ସେଇ ଦିନ ପରି ଆଜି ବି ଫୁଙ୍କୁଚି ବଂଶୀ,

ଚିରକାଳର ସ୍ଵନ ମୁଁ,

ସମାଜର ଯନ୍ତ୍ରଣାରେ ବିଗ୍ଧ ,

ତୁ ଗୋଟିଏ ପକ୍ଷୀ ଜୀବନର।


କେବଳ ଗୋଟିଏ ସର୍ତ୍ତ,

ଫେରିବୁନି ତୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍