STORYMIRROR

Chittaranjan Lenka

Others

2  

Chittaranjan Lenka

Others

ଗୋଟେ କଥା ତୋତେ ପଚାରେ ଭଉଣୀ

ଗୋଟେ କଥା ତୋତେ ପଚାରେ ଭଉଣୀ

1 min
13.2K


ଗୋଟେ କଥା ତୋତେ    ପଚାରେ ଭଉଣୀ

ଟିକିଏ ବୁଝାଇ ଦେବୁ ତୁହି

ମିଠା କଥା ପଦେ       କାହାରି ଅନ୍ତରୁ

ବାହାରକୁ କିଆଁ ଆସୁନାହିଁ ?

 

ଜଣେ ସହି ପାରୁ        ନାହିଁ ଅନ୍ୟ ସୁଖ

କହ କିବା ଏହାର କାରଣ

ଦୁଃଖ କାଳେ କିଆଁ       ମିଳୁ ଅଛି ଖାଲି

ଥଟ୍ଟା ପରିହାସ ଅପମାନ

 

ମଣିଷ ଜୀବନ         ମାତ୍ର ଅଳ୍ପ କ୍ଷଣ

ଏତେ ହିଂସା କ୍ରୋଧ କାହିଁପାଇଁ

ଏତିକି ବୁଝାଇ          ଦେଏ ଲୋ ଭଉଣୀ

ମନ ଦୁଃଖ ମୋର ହେବ ନାହିଁ

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍