STORYMIRROR

Tikeshwar Sahu

Others

3  

Tikeshwar Sahu

Others

ଗୋମାତା

ଗୋମାତା

1 min
229


ଭାରତ ସଂସ୍କୃତି ପୂଜ୍ୟ ପୂଜା କରେ

ତେତିଶ କୋଟି ଦେବତା,

ସେ ଦେବତାଗଣ ବିଲୀନ ଥାଆନ୍ତି

ଯାହା ହୁଅନ୍ତି ଗୋମାତା ।୧।

ମାତା ହୋଇ ଯିଏ ନିଜକୁ ସମର୍ପେ

ପୁତ୍ରକନ୍ୟା ସେବା ପାଇଁ,

ସବୁ ଦିନରାତି ଉଜାଗର ରହି

ସେବନ୍ତି ଶରୀର ନେଇ ।୨।

ରକତ ନିଗାଡ଼ି କ୍ଷୀର ପାନ ଦେଇ

ବଞ୍ଚାଇ ଥାଏ ଜୀବନ,

ସେହି ଏକା ମାତା ସନ୍ତାନ ପାଇଁକି

ସାତ ସାଗର ସପନ ।୩।

ମାତା ଯିଏ ସିଏ ଦେବଙ୍କର ଦେବ

ଧରଣୀଙ୍କଠାରୁ ବଡ଼,

ତାହାଙ୍କ ଆଶିଷେ କ୍ଷୁଦ୍ର ହୁଏ ବଡ଼

ମାତାଙ୍କର ଭକ୍ତି ବଡ଼ ।୪।

ଶୈଶବ ପାଖରୁ ମରିବା ପର୍ଯ୍ଯନ୍ତ

ସଦା ବଡ଼ ଦେବୀ ମାତା ,

ଟିକିଏ କଷ୍ଟରେ ମାତା ଶବ୍ଦ ଗୋଟି

ପାଟିରେ ଦେଇଛି ଧାତା ।୫।

ସର୍ବ ଶ୍ରେଷ୍ଠ ମାତା ଅଟନ୍ତି ଗୋମାତା

କାମଧେନୁ ନାମ ନେଇ,

ମନର ଅଭିଷ୍ଟ ପୂରଣ କରନ୍ତି

ନିମିଷେ ସମୟ ନେଇ ।୬।

ଶିଶୁ ପାଇଁ କ୍ଷୀର ଅଟଇ ଅମର

ବରଦାନ ଗୋମାତାର,

ଗୋମାତା ଚରଣେ ଯାଅରେ ଶରଣ

ସେବାକର ଗୋମାତାର ।୭।

ପ୍ରତିଟି ଗୋମାତା ଅଟେ ପିତାମାତା

ବହୁମୂଲ୍ୟ ଜୀବନର,

ଗୋମାତା ସୁରକ୍ଷା ହୋଇଥାଉ ଦୀକ୍ଷା

ଧ୍ୟେୟ ହେଉ ପରସ୍ପର ।୮।

କ୍ଷୋଭର ବିଷୟ ହେଉଛି ଅନ୍ୟାୟ

ଗୋମାତା ସୁରକ୍ଷା ନେଇ,

ଜନ ଜାଗରଣ ହେଉ ଆମ ପଣ

ଏକ ନୂଆ ସତ୍ୟ ପାଇଁ ।୯।

ଆହେ କାମଧେନୁ ଘେନ ଆମ ମନୁ

ହୃଦୟର କୋଟି ଶ୍ରଦ୍ଧା,

ମଣିଷ ସମାଜେ ତୁମ ଟେକ ରହୁ

ଗୋମାତା ନାମରେ ଶ୍ରଦ୍ଧା ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍