STORYMIRROR

PUSPALATA SAHOO

Others

3  

PUSPALATA SAHOO

Others

ଗୋମାତା

ଗୋମାତା

1 min
191

ମର୍ତ୍ତ୍ୟ ମଣ୍ଡଳରେ କାମଧେନୁ ମୁହିଁ 

ପୃଥିବୀରେ ହୋଇ ଜନମ 

ସୁଖରେ ଦୁଃଖରେ ସାହା ହେବା ପାଇଁ 

କରୁଛି ମୋରି କରମ !!


ଜୀବନକୁ ବାଜି ଲଗାଇ ଦେଇଛି 

ମଣିଷର ସୁଖ ଲାଗି 

ଦାନ ଦେଇଅଛି ଯାହା ପାଖେ ଅଛି 

ରହିଛି ସର୍ବଦା ଜାଗି !!


ମାଆ ପରି ପାଳି କରିଛି ନିଜର 

ସେନେହରେ ବାନ୍ଧି ଦେଇ 

ସାତଜନମର ବନ୍ଧୁତା ଆମର 

କେବେ ଭୁଲି ହେବ ନାହିଁ !!


ପୃଥିବୀ ପୃଷ୍ଠରେ ଯେତେ ଦୀନ ଥିବି 

ତୋ ଲାଗି ଦେବି ଜୀବନ 

ପର ହିତ ପାଇଁ ଜନମ ମୋହର 

ଭାଳିବ କାହିଁକି ଏ ମନ !!



Rate this content
Log in