ଗୋମାତା
ଗୋମାତା
1 min
188
ମର୍ତ୍ତ୍ୟ ମଣ୍ଡଳରେ କାମଧେନୁ ମୁହିଁ
ପୃଥିବୀରେ ହୋଇ ଜନମ
ସୁଖରେ ଦୁଃଖରେ ସାହା ହେବା ପାଇଁ
କରୁଛି ମୋରି କରମ !!
ଜୀବନକୁ ବାଜି ଲଗାଇ ଦେଇଛି
ମଣିଷର ସୁଖ ଲାଗି
ଦାନ ଦେଇଅଛି ଯାହା ପାଖେ ଅଛି
ରହିଛି ସର୍ବଦା ଜାଗି !!
ମାଆ ପରି ପାଳି କରିଛି ନିଜର
ସେନେହରେ ବାନ୍ଧି ଦେଇ
ସାତଜନମର ବନ୍ଧୁତା ଆମର
କେବେ ଭୁଲି ହେବ ନାହିଁ !!
ପୃଥିବୀ ପୃଷ୍ଠରେ ଯେତେ ଦୀନ ଥିବି
ତୋ ଲାଗି ଦେବି ଜୀବନ
ପର ହିତ ପାଇଁ ଜନମ ମୋହର
ଭାଳିବ କାହିଁକି ଏ ମନ !!
