STORYMIRROR

Sunanda Mohanty

Others

3  

Sunanda Mohanty

Others

ଗୋଲାପ ଏକ ସମ୍ପର୍କ ର ନାମ

ଗୋଲାପ ଏକ ସମ୍ପର୍କ ର ନାମ

1 min
280


ମନେପଡେ ସେଦିନ 

କଲେଜ, ସ୍କୁଲ ବା ପିଲାଦିନ 

ଖଡ଼ିସିଲଟ ଆଜି ସାତ ସପନ 

ହେଲେ ତାର ଆସ୍ବାଦନ ରଖିଛି ଏ ଯାଏଁ କରି ସନମୋହନ 

ନଈ ପାଣି ନଈକି ଯା, ମୋ ସିଲଟ ଶୁଖିଯା ଭିତରେ ଏ ମନ ଉଚ୍ଛନ୍ନ 

ତୁ ମୁଁ ସେ, କେତେ ସ୍ମୃତି କିଏ କେଉଁଠାରେ ଅଛେ ର ଦହନ

କୁସଂସ୍କାର ଅନ୍ଧବିଶ୍ୱାସ ଅଂହକାର ଭିତରେ ବି କେତେ ଯୁଗ୍ମ ସପନ 

ଚଟାଖେଳ, ବୋହୁଚୋରି, ମିଛିମିଛିକା ଭାତ ରାନ୍ଧିବାର ଦିନ 

ଯଦି ପୁଣି ଆମେ ଏକାଠି ହୁଅନ୍ତେ ଆପଣାଇ ସଭିଙ୍କ ମନ 

ଯେମିତି ବ୍ୟାଚ ଫିସ୍ଟ ଗୋଟେ ଖାଲି ବିଧିର ବିଧାନ

ସେଇଥିରେ ହିଁ ତ ଟିକିଏ ଉଜ୍ଜୀବିତ ସ୍ୱପ୍ନର ଅଭିଧାନ 


     ସେ ଭଲପାଇବାରେ ନଥିଲା ଛଳନା 

ପ୍ରତାରଣା ଆସିବ ବା କାଁହୁ 

ଚହଲା ପାଣିରେ ମୁହଁ ଦେଖୁ ଦେଖୁ ସବୁ ଋତୁ ଯାଇ 

ଶୀତ କହେ କେତେ ମତେ ତୁ ଛୁଉଁ 

ଝରାଵଉଳର ଫୁଳସୁରଭିରେ ବସନ୍ତ କହୁଛି ମୁଁ 

ଶିଶିର ଭିଜା ସେ କୁହୁଡି ସକାଳେ କୋଇଲି ଗାଉଛି କୁହୁ 

ଏମିତି ଏମିତି ସମେସ୍ତେ ଆସିବେ ଓ ଯିବେ 

ଗୋଲାପ ତୁ ଫୁଟୁଥିଲୁ, ଫୁଟୁଛୁ ଫୁଟୁଥିବୁ 

ତୋର ମୋର ସମ୍ପର୍କ କିଏ ସେ ବୁଝିବ 

ସେ ଭଲପାଇବା ବୁଝିବାକୁ କେବେ ତୁ କେବେ ମୁଁ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍