ଗଣତନ୍ତ୍ର ଦିବସ
ଗଣତନ୍ତ୍ର ଦିବସ
1 min
617
ପ୍ରତିବର୍ଷ ପରି ଆଜି ମଧ୍ୟ
ଭାରତର ତ୍ରିରଙ୍ଗା ପତାକା
ଉଡୁଥିଲା ଫରଫର ହୋଇ
ଭାରତ ଗଣତନ୍ତ୍ର ହେବାର
ସତୁରୀ ବର୍ଷ ପୁରିଛି ବୋଲି
କହିବାକୁ କିଛି ଚାହୁଁଥିଲା ସେହି।
ସେଦିନ ଆଉ ଆଜିର ଦିନ
ଦୀର୍ଘ ସତୁରୀ ବର୍ଷ ର ବ୍ୟବଧାନ
କିଛି ହୋଇଛି ଭଲ ଆଉ କିଛି ମନ୍ଦ
ସେଥିପାଇଁ ସମସ୍ତଙ୍କ ମନରେ
ଅନେକ ପ୍ରଶ୍ନବାଚୀ
ଆଉ ଅନେକ ଦ୍ବନ୍ଦ୍ବ ।
ଧରାପୃଷ୍ଠର ଶ୍ରେଷ୍ଠ ଦେଶ
ଆମ ଭାରତବର୍ଷ
ପ୍ରଗତି ପଥରେ ଅଗ୍ରସର ହୋଇ
ନିଶ୍ଚୟ କରିଛି ନିଜର ବିକାଶ।
ଦେଶପ୍ରେମୀଙ୍କ ବଳିଦାନ
କେବେ ଯିବନି ବେକାର
ମୁଷ୍ଟିମେୟ ସ୍ବାର୍ଥୀଙ୍କୁ
କରି ଛାରଖାର
ଗଣତନ୍ତ୍ର ଦେଶ ଯିବ ଆଗକୁ ଆମର
ଉଡୁଥିବ ସର୍ବତ୍ର ଆମ ଧ୍ବଜା ଫରଫର।
*** ମିନାକ୍ଷୀ ସାମଲ ***
