STORYMIRROR

Goutam Mohanty

Others

2  

Goutam Mohanty

Others

ଗଙ୍ଗଶିଉଳି

ଗଙ୍ଗଶିଉଳି

1 min
122


ଟିପି ଟିପି ଏଇ     କାକର ବିନ୍ଦୁର

    ଆୟୁଷ କେତେ ବା କୁହ,

ସୁରୂଜ ଉଇଁଲେ    ହଜିଯାଏ ସେତ

    ଦେଖାଇ ପାରେନା ମୁହଁ।।

ଘାସ ପରେ ରହି   ଚମକ୍ ଦିଏ ସେ

      ସ୍ପନ୍ଦନେ ବଢାଏ ପ୍ରୀତି,

କିଛି କ୍ଷଣ ପରେ  ଉଭେଇ ଯାଏ ସେ

     ପ୍ରୀତି କରିଦେଇ ଇତି।।

ଗଙ୍ଗଶିଉଳି ର  ଭାଗ୍ୟ ଟା ମୋହର

    ସକାଳକୁ ଝରି ଯିବ,

ତାର ଭାଗ୍ୟ ନାହିଁ  ସକାଳ ଦେଖିବା

     କାକର ସାଥେ ଝଡିବ।।

ଦୁହିଁଙ୍କର ଭାଗ୍ୟ   କିଏ ସେ ଗଢିଲା

    ଅଧା ଲେଖିଲା କାହାଣୀ,

ରାତି ପାହିଗଲେ   କାହାଣୀ ସରୁଛି

    ଜୀବନ ଯାଉଛି ପୁଣି।।

ହାରିଗଲା ଆଜି    ଜୀବନ ନାଟକ

   ହାରିଲା ଛଳନା ପାଖେ,

ହାରିଗଲି ଆଜି    ନିଜ ପାଖେ ମୁହିଁ

   ଚାଲୁଛି ମୁଁ ଛାଇ ସାଥେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍