STORYMIRROR

Sunanda Mohanty

Others

3  

Sunanda Mohanty

Others

ଗଙ୍ଗାମାତା

ଗଙ୍ଗାମାତା

1 min
142


ଉପରେ ନୀଳ ଆକାଶ

ତଳେ ଗଙ୍ଗାଙ୍କ ପ୍ରକାଶ

ମଝିରେ ପ୍ରଭୁ ଆଶୁତୋଷ

ଚାରିପଟେ ଭକ୍ତ ମଣ୍ଡଳୀ

ହେଉଛି ମାଆ ଗଙ୍ଗା ଆଳତୀ

ଭାଗ୍ୟରେ ଥିଲେ ଏ ଦର୍ଶନ

ହୃଷିକେଶର କି ଦେବି ବର୍ଣ୍ଣନ

ରାମ ଲକ୍ଷ୍ମଣ ଝୁଲାରେ ଚାଲି

ମଝିରେ ଟିକେ ଝୁଲି ଝୁଲି

ଗଙ୍ଗା ମାଆ ହସେ ଖିଲି ଖିଲି

ସ୍ରୋତସ୍ଵିନୀ କଲ୍ଲୋଳିନୀ ନିର୍ଝରଣୀ

ନଈ ନୁହେଁ ମାଆ ଆମ ପାଇଁ

ପ୍ରକୃତିର ସୃଷ୍ଟି ସକଳ ରକ୍ଷା ପାଇଁ

ମାଆ ସିନା ନିଜ ସନ୍ତାନର

ଗୋମାତା ପରି ଗଙ୍ଗାମାତା ସକଳର

ସ୍ଥିର ରୂପ ଆହ୍ଲାଦିନୀ ପବିତ୍ର ଦେବୀ

ତା କୂଳରେ କିଛି ମୁହୂର୍ତ୍ତ ପଦେ ତା ସେବି

କରିଯିବା ବନ୍ଦନା ଗାଇବା ଜୟ ମାତାଦୀ

ହିମ ଶୀତଳତା ଶାନ୍ତ କମନୀୟ କାନ୍ତି

ଶିବଙ୍କ ଶିରରୁ ମାତା ତୋ ଉତ୍ପତ୍ତି

ତୋ ଅମୃତ ଜଳ ଉତ୍ସ ଜନ ପ୍ରାଣ ଶକ୍ତି

ଅକିଞ୍ଚନ ନଜାଣେ ମୁଁ ମୁଢ଼ମତୀ

କି ଦେବି ଉପମା ଭୂଷଣ ମାଆ ଗୋ ସୁମତୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍