ଗଜପତି ଜିଲ୍ଲା ଦେଖିବା ଆସ
ଗଜପତି ଜିଲ୍ଲା ଦେଖିବା ଆସ


ଓଡ଼ିଶାର ଦକ୍ଷିଣରେ ଆମ ଗଜପତି
ମୁଖ୍ୟ ସହର ଏହାର ପାରଳାଖେମୁଣ୍ଡି
ଗଞ୍ଜାମ ଜିଲ୍ଲାରୁ ଏହା ଅଲଗା ହୋଇଛି
୨ଅକ୍ଟୋବର ୧୯୯୨ଗଜପତି ହୋଇଛି।(୧)
ଉତ୍ତରରେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା
ଦକ୍ଷିଣେ ଆନ୍ଧ୍ରପ୍ରଦେଶ ପୂର୍ବେ ଗଞ୍ଜାମ ଜିଲ୍ଲା
ପଶ୍ଚିମେ ଅବସ୍ଥିତ ରାୟଗଡ଼ା ଜିଲ୍ଲା
ପାରଳାଖେମୁଣ୍ଡି ତା'ର ସଦର ମହକୁମା।(୨)
ଐତିହ୍ୟ ସଂସ୍କୃତି ସମ୍ପନ୍ନ ଏହି ଜିଲ୍ଲା
ପର୍ଯ୍ୟଟନ ସ୍ଥଳୀ ପୁଣି ଅଛି କେତେ କଳା
ମହେନ୍ଦ୍ରଗିରି ଗଣ୍ଡହାତୀ ଚନ୍ଦ୍ରଗିରି
ପାରଳାଖେମୁଣ୍ଡିରେ ସୌନ୍ଦର୍ଯ୍ୟ ଅଛି ପୁରି।(୩)
ବୀଣାପାଣି ଆଶିଷରୁ କେତେ ବାଣୀପୁତ୍ର
କବି କଳ୍ପନାରେ କବି ରୂପେ ପରିଚିତ
କବି କଳହଂସ ଯେ ଗୋପାଳକୃଷ୍ଣ
ବାଣୀପୁତ୍ର ଯେ ପ୍ରସିଦ୍ଧ କବି ରଘୁନାଥ।(୪)
ଓଡିଶୀ ଗାୟକ ଅନ୍ଧ ଆପନ୍ନା ପାଣିଗ୍ରାହୀ
ମହାରାଜା କୃଷ୍ଣଚନ୍ଦ୍ର ନାରାୟଣ ଦେବ ଗଜପତି
ପାରଳାଖେମୁଣ୍ଡି ଠାରେ ଯେ ମହେନ୍ଦ୍ରଗିରି।
ଓଡ଼ିଶାର ହିମ
ାଳୟ ଆମ ମହେନ୍ଦ୍ରଗିରି(୫)
ଗୋକର୍ଣ୍ଣେଶ୍ଵର କୁନ୍ତୀ ଯୁଧିଷ୍ଠିର ଭୀମ ଅର୍ଜୁନ
ମନ୍ଦିର ପୁଣି ନକୁଳ ସହଦେବ ଯେ ପ୍ରାଚୀନ
ପଞ୍ଚୁପାଣ୍ଡବ କୁନ୍ତୀ ସହ କରିଥିଲେ ଅବସ୍ଥାନ
ଦତ୍ତାତ୍ରେୟ ଗୋରେକନାଥଙ୍କ ଆସ୍ଥାନ।।(୬)
ଅନତି ଦୂରେ ଅଛି ଯେ ଅଛି ତପ୍ତପାଣି ଉଷ୍ଣ ପ୍ରସ୍ରବଣ
ମହେନ୍ଦ୍ର ତନୟା ଘୋଡାହାଡ଼ ବାହୁଦା ଚିରସ୍ରୋତା ଝର
ସତୀଆମ୍ବ ବୃକ୍ଷ ସହ ଔଷଧୀୟ ବୃକ୍ଷ
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଏହା ଭରପୁର।(୭)
ମହାରାଜା କୃଷ୍ଣଚନ୍ଦ୍ର ଗଜପତି
ନାମେ ଡାକ୍ତରଖାନା
ବ୍ରହ୍ମପୁର ସହରରେ ଅବସ୍ଥିତ
ଅଛି ଡାକ ତାର ନାଆଁ। (୮)
ଅପୂର୍ବ ସୁନ୍ଦର ସୁଷମାରେ ଭରା
ଆମ ଏହି ଗଜପତି,
ସରଳ ନୀରିହ ଆଦିବାସୀ ଭାଇ
ଭଉଣୀଙ୍କ କଟେ ଦିନରାତି।(୯)
କୃଷ୍ଣଚନ୍ଦ୍ର ଖାଲି ରାଜା ଯେ ନୁହଁନ୍ତି
ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ,
ପୁତ୍ରକନ୍ୟା ତୁଲ୍ୟ ଓଡିଆ ବାସୀଙ୍କ
ସୁଖଦୁଃଖ ବୁଝି ଥାଆନ୍ତି।(୧୦)