STORYMIRROR

SUSRI SAHOO

Others

2  

SUSRI SAHOO

Others

ଗଜ ଲକ୍ଷ୍ମୀ

ଗଜ ଲକ୍ଷ୍ମୀ

1 min
14.1K



ସାଗରଦୁଲଣୀ,ବିଷ୍ଣୁ ପାଟରାଣୀ
ମହାଲକ୍ଷ୍ମୀ କମଳୀନୀ
ଆସୁଛଲୋ ମାଆ ଐରାବତ ଚଢି
ଧନ୍ୟ ମୋ ମରତ ଭୂମି ||
ଗଜେ ଆସି ଗଜଲକ୍ଷ୍ମୀ ବୋଲାଇବ
ବସୁଧା ଉଠିବ ହସି
ପୂଜାର୍ଚ୍ଚନା ହେବ ମେଦୀନୀ କମ୍ପିବ
ଆଶିଷ ଦେବ ବରଷି ||
ଧନସଂପଦ,ସୁଖସମୃଦ୍ଧି,ପ୍ରେମ
ପ୍ରତୀକ ପଦ୍ମସୁନ୍ଦରୀ
ସୌଭାଗ୍ୟ,ସୁଖ୍ୟାତି,ଐଶ୍ବର୍ଯ୍ୟ ଦାୟୀନୀ
ପଦ୍ମଜା, ସିନ୍ଧୁକୁମାରୀ ||
ଚତୁର୍ଭୁଜା ମାତା ଉଲ୍ଲୁକବାହିନୀ
ବିଷ୍ଣୁପ୍ରିୟା,ନାରାୟଣୀ
ଧର୍ମ,କାମ,ଅର୍ଥ,ମୋକ୍ଷ ନିବାରଣେ
ଅବତାର ବିଘ୍ନସେନୀ ||

ଭାରତ ବରଷ ବଡ ପୂଣ୍ୟ ଭୂମି
ଦେବାଦେବୀ ଆଗମନ
ଆର୍ଯ୍ୟବର୍ତ୍ତେ ସର୍ବ ଶକ୍ତି ଆବିର୍ଭାବ
ପବିତ୍ର ପୟଃ ପବନ ||
ମରତ ଭିତରେ ମୋ ଉତ୍କଳ ଭୂମି
ଅଟେ ସବୁଠୁ ନିଆରା
ପିତ୍ରାଳୟ ତୀରେ ଜଗନ୍ନାଥଧାମେ
ତୁମ ଅବସ୍ଥାନ ପରା ||
କଳିଙ୍ଗ ଭିତରେ ମୋର ଢେଙ୍କାନାଳ
ଅଟେ ବଡ ଭାଗ୍ୟଶାଳୀ
ଗଜଲକ୍ଷ୍ମୀ ପୂଜା ପ୍ରସିଦ୍ଧି ଲଭିଛି
ଆଶିଷ ପଡଇ ଝରି ||
ହସି ଉଠୁଛି ମୋ ଢେଙ୍କାନାଳ ରାଜ୍ୟ
ରଙ୍ଗବେରଙ୍ଗ ଆଲୋକେ
ତୋରଣ,ମେଢ,ମଣ୍ଡପ ସାଜ୍ଜସଜା
ଝଲସି ଉଠୁଛି କେତେ ||
କଲେଜରୋଡ ଠାରୁ କୋରିହାଁଛକ
ସାଜ୍ଜସଜ୍ଜେ ଭରିଅଛି
ମୀନା ବଜାର ,ପଲ୍ଲୀଶ୍ରୀ ମେଳା ଭିଡେ
ମୋ ମା' ମାଟି ହସୁଛି ||
ମେଲୋଡି,ସିନେମା,ନାଚ ଓ ଅପେରା
ପସରା ମେଲାଇ ଅଛି
ଯାହାର ଯା' ରୁଚି ଦେଖିବ ସେ ଆସି
ବଧା ବିଘ୍ନ ନାହିଁ କିଛି ||
ବନ୍ଧୁ ମାନଙ୍କୁ ସାଦର ନିମନ୍ତ୍ରଣ
ଆସିବେ ନିଶ୍ଚୟ ଥରେ
ପଦ୍ମପ୍ରିୟା,ପଦ୍ମହସ୍ତା,ପଦ୍ମମୂଖୀ
ଦେଖିବେ ସ୍ବନୟନରେ ||


ସୁଶ୍ରୀ ସାହୁ

ଶିଲଂଗ
ମେଘାଳୟ


Rate this content
Log in