Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ଗୀତା ଜୟନ୍ତୀ

ଗୀତା ଜୟନ୍ତୀ

1 min
180


ଧର୍ମ କ୍ଷେତ୍ର କୁରୁ କ୍ଷେତ୍ରରେ ଶୁଣାଇଥିଲ ଗୀତାକୁ

ତୁମେ ଜ୍ଞାନ ଦେଇ ହରି ନେଇ ଥିଲ

ଅର୍ଜୁନର ବିଷାଦକୁ

କର୍ମ ଜ୍ଞାନ ଭକ୍ତିର କଥାକୁ ତୁମେ ହିଁ ତ ବୁଝାଇ ଥିଲ

ତୁମ ବିଶ୍ୱ ରୂପ ଦର୍ଶନ ଦେଇ କୃପା କରି ଥିଲ

ଏ କଳି ଯୁଗରେ ତୁମ ଗୀତା ଜ୍ଞାନ ଆମକୁ ଶିଖାଇ ଦିଅ

ବିଷୟା ବିଷରୁ ପ୍ରଭୁ ଆମକୁ ମୁକ୍ତି ତୁମେ ଦିଅ

କର୍ମ କରିବା ପାଇଁ ଧର୍ମ ପଥ ଆମକୁ ଦେଖାଅ

ଭକ୍ତି କରିବାକୁ ଆମକୁ ଶକ୍ତି ତୁମେ ହିଁ ଦିଅ

ତୁମ ଗୀତା ଆମ ମନକୁ ପବିତ୍ର କରିବ

ଗୀତା ଗାଇ ମଣିଷ ଭବ ବନ୍ଧନରୁ ତରି ଯିବ

ତୁମ ଗୀତା ଜ୍ଞାନ ଆମକୁ ସଦା ସର୍ବଦା ମିଳୁ ଥାଉ

ସଦ ଗୁରୁଙ୍କ କୃପାରୁ ଆମ ଜୀବନ ଦିବ୍ୟ ହୋଇ ଯାଉ

ତୁମେ ଆମକୁ ସହିବାକୁ ଶକ୍ତି ଦିଅ ଦୁଃଖ ଆଉ କଷ୍ଟକୁ


ସମତା ଆମକୁ ଶିଖାଅ ନିନ୍ଦା ଆଉ ପ୍ରଶଂସାକୁ ସହିବାକୁ

ଆମ ଜନ୍ମକୁ ପ୍ରଭୁ ସଫଳ କରି ଦିଅ

ଆମ ହୃଦୟ ରଥରେ ବସି ଇନ୍ଦିୟ ଅଶ୍ଵକୁ ପଥ ଦେଖାଅ

କୃଷ୍ଣ ଅର୍ଜୁନ ଯେଉଁଠି ତୁମେ ରହି ଥିବ

ସଦା ସର୍ବଦା ବିଜୟର ଧ୍ଵଜା ଉଡି ଧର୍ମ ଜୟ ହୋଇବ



Rate this content
Log in