STORYMIRROR

Akshayakumar Dash

Others

3  

Akshayakumar Dash

Others

ଘର

ଘର

1 min
261

ଘର କରିବି

ବାଲି,ଇଟା,ସିମେଣ୍ଟ ଆଣିବି

ମୂଳଦୁଆ ମଜବୁତ ଦେଇ,

ଲୁହାଛଡ଼ ଖୁଣ୍ଟ ବସାଇବି ।

ଇଟା ,ବାଲି ସିମେଣ୍ଟ ଠିକ୍ ଭାଗରେ

କାନ୍ଥ ଠିଆକରିବି ,

ଛାତ ପକାଇବି ।

ପାଣି ଦେବି

ପଲସ୍ତରା,ବନ୍ଧ,ତାଜା ଆଲମାରୀ

ଏବେ ଲଙ୍ଗଳା ଘରକୁ

ରଙ୍ଗ ଦେଇ ସଜେଇବି ।

କବାଟ,ଝରକା ବନେଇବି

ଚିକମିକ ଚଟାଣ

ଧୋବଫରଫର ବାସଗୃହ

ପ୍ରାତଃ ସୂର୍ଯ୍ୟ ରାତ୍ରୀ ର ଜୋଛହ୍ନା

ଦକ୍ଷିଣା ପବନ

ମୋ ହାତରେ ଗଢା

ମନ୍ଦିର ନିର୍ମାଣ

ପ୍ରତିଷ୍ଠା ହେଲେ ବାସ୍ତୁ ପୁରୁଷୋତ୍ତମ

ପତାକା ଉଡ଼ିଲା ।

ସେମିତି ବିଶାଳ ପୃଥିବୀ ମାତାର ଖଣ୍ଡିଏ ଛାତ,ସୂର୍ଯ୍ୟଙ୍କ ଆଲୋକ

ସାଗର,ନଦୀ, ଝରଣା

ଅବିରତ ବାତାୟନ

ଚାନ୍ଦିନୀ ରାତି

ପକ୍ଷୀଙ୍କ କାକଳି

ପଶୁ ପକ୍ଷୀ ଅଭୟାରଣ୍ୟ

ଗଢିଛନ୍ତି ସଂସାର ।

କହିବା ବାହୁଲ୍ୟ

ମୋ ଘର ଚର୍ଚ୍ଚା ଛାର ।



Rate this content
Log in