STORYMIRROR

ASWINI DASH ଅଶ୍ୱିନୀ ଦାଶ

Others

4  

ASWINI DASH ଅଶ୍ୱିନୀ ଦାଶ

Others

ଘର

ଘର

1 min
131


ଏମିତି କେତେ ଘର ତିଆରି କରିଛେ,

ମିଛ ମିଛରେ ଅନେକ, ସତରେ ବି।


ପୁରୁଣା ଭାଙ୍ଗି ଦେଇ 

ନୁଆ ଘର ତିଆରିଛେ ଝାଳନାଳ ହେଇ ।


ଘର ତ ଚାରି କାନ୍ଥରେ ଗଢା,

ସାମନାରେ ବଗିଚା ଗୋଟିଏ

ପେନ୍ଥା ପେନ୍ଥା ଫୁଲ ମୁରକି ହସନ୍ତି,

ପକ୍ଷୀଙ୍କ କିଚିରି ମିଚିରି ଶୁଭୁ ଥାଏ

ସନ୍ଧ୍ୟା ସକାଳରେ।


ଝରକା ବାଟେ ବହି ଆସୁଥାଏ ବାସ,

ସୁଲୁସୁଳିଆ ପବନ

ଅନାବନା ଗପସପ।


କବାଟ ଖୋଲିଲେ ବାହାରି ଆସେ ମାଆ,

ବାପା ପଚାରନ୍ତି, କେମିତି ଆସିଲୁ ଏତେ ଝାଞ୍ଜିରେ,

ସ୍ତ୍ରୀ ଠିଆ ହେଇଥାନ୍ତି ପାଣି ଢାଳ ଓ ଗାମୁଛା ବିଛେଇ,

ଝିଅ ଡିଆଁ ମାରି ବସିପଡ଼େ ମୋ କୋଳେ।


ଘରେ ଝର୍କା କବାଟ ବି ଥାଏ,

ଏମିତି ପ୍ରେମର ବନ୍ଧନ ବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍