STORYMIRROR

Anil kumar Pradhan

Others

3  

Anil kumar Pradhan

Others

ଘର ଫେରନ୍ତା

ଘର ଫେରନ୍ତା

1 min
120

ଦୁଃଖ ନାହିଁ 

ଝାମ୍ପି ନେଇଥିବା

କେଇଟା ସୂର୍ଯ୍ୟଦୋୟ ପାଇଁ

ଆଉ 

ଆକାଶରେ 

ଘଡ଼ିମାରି ଆସୁଥିବା

ଚାନ୍ଦର ଚାନ୍ଦିନୀ ପାଇଁ l

ଅବଶୋଶ 

ଜୀବନରେ ଜଳିଗଲା

କିଛି ସପନ

ଆଉ ବଦଳରେ ଦେଇଗଲା

ନୂଆ ଏକ ଉପଲବଧି

ବଞ୍ଚିବାକୁ ହେବ

ଆଖି ଆଗେ ଦେଖି ଦେଖି

ଅନେକ ସମାଧି ll


ଦୁଃଖ ନାହିଁ

କାଟିଥିବା ଏକଲାପଣ ପାଇଁ

ଆଉ

କୁହୁଳି କୁହୁଳି

ଧୂଆଁ ହୋଇଥିବା

କେଇଟା ସମୟ ପାଇଁ

ଅବଶୋଶ

ଆଙ୍କିଥିବା ପରିସୀମା

ବଦଳିଯିବ

ଫାଙ୍କି ଦେଇ ବର୍ତ୍ତମାନ ମୁହୂର୍ତ୍ତ

ଆଉ 

ସନ୍ନ୍ୟାସୀ ହୋଇ

 ଦେଖିବାକୁ ହେବ

ବିଦାରିତ ନିର୍ମାଣର ସତ୍ତା

ଏଇତ

ଜୀବନର ଏକ

ଅଭୁଲା ଘର ଫେରନ୍ତା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍