STORYMIRROR

Dr Baman Chandra Dixit

Others

3  

Dr Baman Chandra Dixit

Others

ଘନଶ୍ୟାମ

ଘନଶ୍ୟାମ

1 min
254


ଘନଶ୍ୟାମ ଘେନ ମୋର ଗୁହାରି

ଘନ ହୁଏ ଘୋର ବିପଦ ଭାରି।।


ଘେନି କୃପା ଆଶା ମାନସ ପଟେ

ଘଡ଼ି ଘଡ଼ି ତୋର ମୁରତି ଦେଖେ।।


ଘାରିଲାଣି ଘନ କାଳିଆ ନିଶା

ଘର ଦ୍ୱାର ଲାଗେ ଜଞ୍ଜାଳ ମିଶା।।


ଘେନି ଯା'ରେ ଘନ ଗୋପ ପୁରକୁ

ଘନ କାଳିଆ ଶିରୀ ଦେଖିବାକୁ।।


ଘନ ଘନ ଘନ ବରଷା କାଳେ

ଘେନି ବାମ କରେ ଗିରି ତୋଳିଲେ।।


ଘରେ ଗୋପାଳୁଣୀ ଜଗି ବସିଛି

ଘଟ ଭାଙ୍ଗି ଦଧି କିଏ ପିଉଛି।।


ଘାଟେ ଲୁଚି ଗୋପୀ ସିନାନ କାଳେ

ଘେନି ବସନକୁ କୋଦମ୍ବ ଡାଳେ।।


ଘୋଡେଇ ଉରଜ କର କମଳେ

ଘନକାଳିଆକୁ ଗୁହାରି କରେ।।


ଘଟେ ଘଟେ ପ୍ରାଣ ପବନ ନାଥ

ଘନଶ୍ୟାମ ଆମ ମହତ ରଖ।।


ଘର ଘର ରଥ ଚକ ଡାକୁଛି

ଘନ ବନୁ ବଂଶୀ ସ୍ଵନ ଶୁଭଛି।।


ଘଟେ ମୋର ଜୀଵ ତୁହି ପରମ

ଘେନି ଯା କାଳିଆ ମୁକତି ଧାମ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍