ଘଣ୍ଟାର ତିନିଟା ସାରା କଣ୍ଟା ଭାଙ୍ଗ
ଘଣ୍ଟାର ତିନିଟା ସାରା କଣ୍ଟା ଭାଙ୍ଗ
ଘଣ୍ଟାର ତିନିଟା ସାରା କଣ୍ଟା ଭାଙ୍ଗି ଗଲାପରେ ବି
ଅଟକି ଯାଇନି ସମୟ...
ମିଛରେ ହଉ ପଛେ
ହରିଣ ପଛରେ ଦୈାଡିବାକୁ
ଗତି ଟିଏ ନିତି ତିଆରୁଛି ପାଦ
କୋଉଠି ଅଟକେଇବି କହ
ଅଧା ଗଢା ଏ ଦେହକୁ....
ସବୁ ଦିନେ ଏ ଚେହେରା ଯେ
ନୂଆ ନୂଆ ଲାଗୁଛି
ମାଟିରେ ଡେଣାର ଛାଇ ପକେଇ
ଆକାଶ ଖୋଜି ଯାଇଛି ପକ୍ଷୀ....
ଆଉ ମୁଁ,
କେବଳ ମାତ୍ର ଗୋଟିଏ ମୃତ୍ୟୁକୁ ଭେଟିବାକୁ
ଏତେ ଗୁଡିଏ ଜନ୍ମଦିନ ପାଳୁଛି !!
ଚାଲୁ ଚାଲୁ ଏମିତି ପାଖରେ
ଚାଲୁଥିବା ଲୋକଟି ଆଡେ ଟିକେ ଚାହିଁ ଦବା ,
ଅଚିହ୍ନା ହଉ ପଛେ ଟିକେ ହସି ଦବା,
ଦୂରରୁ ହାତଟେ ହଲେଇ ଦବା...ଏଇତ ବନ୍ଧୁତା !!
ବାଟ ସରୁଥାଏ, ସ୍ମୃତି ବଢୁ ଥାଏ,
କିଏ କୋଉ ମୋଡରେ ବାଟ ଭାଂଗି ନିଏ
କିଏ ପୁଣି ଅଟକି ଯାଏ.....।
ମୋତେ ସ୍ନେହ ଶୁଭେଚ୍ଛା ଓ ଆଶୀର୍ବାଦ ଦେଇଥିବା ସମସ୍ତ ବନ୍ଧୁଂକୁ ଆନ୍ତରିକ ଧନ୍ୟବାଦ।
