ଗଡ଼ିବ କି ଦାଣ୍ଡେ ରଥ
ଗଡ଼ିବ କି ଦାଣ୍ଡେ ରଥ
1 min
103
ତୋ ରଥ ଯାତରା ପାଖେଇ ଆସୁଛି
ବଡ଼ଦାଣ୍ଡ ମାଟି ଆତୁରେ ଜଗିଛି
ଭକ୍ତଙ୍କ ମନେ ପ୍ରଶ୍ନ ଉଠୁଛି
ଗଡିବ କି ଦାଣ୍ଡେ ରଥ
ଲକ୍ଷଲକ୍ଷ ଭକ୍ତ ଚାହିଁ ବସିଛନ୍ତି
ତୋ ବଡ଼ ଦାଣ୍ଡର ଧୂଳି ଖୋଜୁଛନ୍ତି
ମାଟି ପାଣି ପବନ ପଚାରୁଛନ୍ତି
ଗଡିବ କି ଦାଣ୍ଡେ ରଥ
ରଥ ଦଉଡି ଜଗି ବସିଛି
ଭକତ ହାତର ସ୍ବର୍ଶ ଖୋଜୁଛି
ପ୍ରଭୁ ପ୍ରେମରେ ମଜି ଭାବୁଛି
ଗଡିବ କି ଦାଣ୍ଡେ ରଥ
କୀଟ ବୃକ୍ଷଲତା ଜୀବଜଗତ
ସମସ୍ତେ ଅଟନ୍ତି ତୁମର ଭକ୍ତ
ଲୁହ ବଦଳରେ ଗଡ଼ାନ୍ତି ରକ୍ତ
ଗଡିବ କି ଦାଣ୍ଡେ ରଥ ।
