STORYMIRROR

Sukanti Hotta

Others

3  

Sukanti Hotta

Others

ଗଡ଼ିବ କି ଦାଣ୍ଡେ ରଥ

ଗଡ଼ିବ କି ଦାଣ୍ଡେ ରଥ

1 min
112


ତୋ ରଥ ଯାତରା ପାଖେଇ ଆସୁଛି 

ବଡ଼ଦାଣ୍ଡ ମାଟି ଆତୁରେ ଜଗିଛି 

ଭକ୍ତଙ୍କ ମନେ ପ୍ରଶ୍ନ ଉଠୁଛି 

ଗଡିବ କି ଦାଣ୍ଡେ ରଥ 


ଲକ୍ଷଲକ୍ଷ ଭକ୍ତ ଚାହିଁ ବସିଛନ୍ତି 

ତୋ ବଡ଼ ଦାଣ୍ଡର ଧୂଳି ଖୋଜୁଛନ୍ତି 

ମାଟି ପାଣି ପବନ ପଚାରୁଛନ୍ତି 

ଗଡିବ କି ଦାଣ୍ଡେ ରଥ 


ରଥ ଦଉଡି ଜଗି ବସିଛି 

ଭକତ ହାତର ସ୍ବର୍ଶ ଖୋଜୁଛି

ପ୍ରଭୁ ପ୍ରେମରେ ମଜି ଭାବୁଛି 

ଗଡିବ କି ଦାଣ୍ଡେ ରଥ 


କୀଟ ବୃକ୍ଷଲତା ଜୀବଜଗତ 

ସମସ୍ତେ ଅଟନ୍ତି ତୁମର ଭକ୍ତ 

ଲୁହ ବଦଳରେ ଗଡ଼ାନ୍ତି ରକ୍ତ 

ଗଡିବ କି ଦାଣ୍ଡେ ରଥ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍