Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhanjali Mishra

Others

3  

Sudhanjali Mishra

Others

ଗଛଟିଏ ମୁଁ

ଗଛଟିଏ ମୁଁ

1 min
408


ଗଛଟିଏ ମୁଁ

ଗଛଟିଏ ମୁଁ ଗଛଟିଏ

ମାଟି,ପାଣି ଆଉ ପବନ ପାଇ ମୁଁ

ଛୋଟରୁ ସଦା ବଡ଼ ହୁଏ

ଗଛଟିଏ ମୁଁ ଗଛଟିଏ ।

ମୋରଛାୟା ତଳେ ପଥିକ ବସଇ

ଥଣ୍ଡାବାୟୁ ସହ ଆରାମ ଲଭଇ

କୃତଜ୍ଞତା ସେ ଦେଇଥାଏ

ଗଛଟିଏ ମୁଁ ଗଛଟିଏ ।

ମୋର ଫୁଲଫଳେ ଆଗ୍ରହ ବଢାଇ

ନେଇ ଘରସଜ୍ଜା,କ୍ଷୁଧାକୁ ମେଣ୍ଟାଇ

ବହୁତ ମୋର ଯତ୍ନ ନିଏ

ଗଛଟିଏ ମୁଁ ଗଛଟିଏ ।

ମୋର ପତ୍ର, ଚେରମୂଳିକୁ ନେଇଣ

ସମାଜ ହିତରେ ଔଷଧ କରିଣ

ରୋଗରୁ ଉପଶମ ପାଏ

ଗଛଟିଏ ମୁଁ ଗଛଟିଏ ।

ମୋର ଡାଳ,କାଠିକୁଟାକୁ ନେଇଣ

ରନ୍ଧନ କାର୍ଯ୍ୟରେ ସଦା ଲଗାଇଣ

ମୋତେ ନେଇ ଘର ସଜାଏ

ଗଛଟିଏ ମୁଁ ଗଛଟିଏ ।

      


Rate this content
Log in