STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଗଛ

ଗଛ

1 min
166

           


ମଞ୍ଜିରୁ ଗଛ କି ଗଛରୁ ମଞ୍ଜି 

ଗଛ ବିଧାତାର ବିଚିତ୍ର ସୃଷ୍ଟି

କେବେ କିଏ ସୃଷ୍ଟି କଲା

ଧରଣୀ ରକ୍ଷଣ ପ୍ରାଣୀର କଲ୍ୟାଣ

ପାଇଁ ଅବା ଜନ୍ମ ନେଲା ।।


ବଡ଼ ଅଦ୍ଭୁତ ଗଛର ମହିମା

ଭୂଧର ସୁନ୍ଦର ଦିଶେ ସବୁଜିମା

ମାଟିକୁ ରଖଇ ଧରି

ଅଗମ୍ୟ ଜଙ୍ଗଲ ଗଛ ମାଳ ମାଳ

ପଶୁ ପକ୍ଷୀ ବାସ ସ୍ଥଳି ।।


ବିଶ୍ଵର କଲ୍ୟାଣ ପାଇଁ ଜନମ

ପ୍ରଶ୍ଵାସେ ତା ଅମ୍ଳଜାନ ପଵନ

ଅଙ୍ଗାରକାମ୍ଳ ନିଃଶ୍ଵାସ

ଜୀବ ଜଗତର କଲ୍ୟାଣ ଗଛର

ଯେମିତି ମୂଳ ଉଦ୍ଦେଶ୍ୟ ।।


ବାୟୁମଣ୍ଡଳ ନିୟନ୍ତ୍ରଣ କରେ

ଶୀତ,ଖରା,ବର୍ଷା ଋତୁ ବଦଳେ

ଅମୂଲ୍ୟ ସମ୍ପଦ ବନ

ଯାହା ପାଇଁ ଧାତ୍ରୀ ଗିରି ନଦୀ ନଦୀ

ଦିଶୁଅଛି ଶୋଭାବନ ।।


ନାନା ଜାତି ଫୁଲ ଫଳ ପସରା

ଆୟୁର୍ବିଜ୍ଞାନ ଔଷଧରେ ଭରା

ବିଶଲ୍ୟକରଣୀ ବୃକ୍ଷ

ଜୀବଜଗତକୁ ନିରୋଗ ହେବାକୁ

ସତେ ଅବା ତା’ର ଲକ୍ଷ୍ୟ ।।


ସକଳ ଜୀବନ ଧ୍ଵଂସ ମୁଖରୁ

ରଖିପାରେ ଏହି ନିଷ୍ପାପ ତରୁ

ଗଛ ଦେହ ଜଗନ୍ନାଥ

ରତ୍ନ ସିଂହାସନେ ବିଜୟ ମୋ ଗଣ୍ଡି

ପୂଜଇ ସାରା ଜଗତ ।।


ଜଳ ବାୟୁ କରେ ନିୟନ୍ତ୍ରିତ ମୁଁ

ମୋ ବିନା ପବନ ଆସିବ କାହୁଁ

ମରୁଭୂମି ପଲଟିବ

ମୋ ରକ୍ଷଣାବେକ୍ଷଣ କରରେ ମାନବ

ଧ୍ଵଂସ ମୁଖରୁ ବଞ୍ଚିବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍