STORYMIRROR

Sukanti Hotta

Others

2  

Sukanti Hotta

Others

ଗାଦି

ଗାଦି

1 min
475


ରାଜନୀତି ବଡ ଧନ୍ଦା ସଙ୍ଗାତଲୋ

ରାଜନୀତି ବଡ଼ ଧନ୍ଦା

ଯିଏ ବୁଝିଛି ଚନ୍ଦା ହୋଇଛିଲୋ

ନବୁଝିବା ଲୋକ ଚନ୍ଦା ଲାଗେ ଅଡୁଆ ଧନ୍ଦା ll


କେତେ ସ୍ଲୋଗାନ ଦିଅନ୍ତିଲୋ ଏଠି

ଗାଦି ପାଇବା ପାଇଁ

ଗାଦି ମିଳିଲେ ଭୂଲି ଯାଆନ୍ତି ଲୋ

କିଏ ବାପା ମା ଭାଇ ll


ନିତିନିତି ଏଠି ହଣାକଟା ହୁଏ

ଖେଳ ଚାଲେ ପଇସାର

କିଏ ଜିତେ କିଏ ହାରେ ପୁଣି ଏଠି

ବନ୍ଧା ଭାଗ୍ୟ ହାତର ll


ମୁଁ କାର ଶବ୍ଦରେ କମ୍ପାତି ଲୋ ଏଠି

ଭୋଅଟ ପାଇବା ପାଇଁ

ଭୋଅଟ ମିଳିଲେ ଚୁପ ହୋଇଯାନ୍ତି

ରାଜଗାଦିକୁ ପାଇ ll


ଗାଦିନିଶାଟି ଯେ ବଡ ମାରାତ୍ମକ

ଭରିଦିଏ ଅହଂ ଭାବ

ବୁଝି ପାରନ୍ତିନି ମାୟାଧର ମାୟା

ବଦଳି ଯାଏ ସ୍ଵଭାଵ ll


ସୁକାନ୍ତି ହୋତା

ତାଳଚେର

7008819476


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍