STORYMIRROR

Sushantkumar Pradhan

Others

2  

Sushantkumar Pradhan

Others

ଗାଆଁ ଟାଉଟର

ଗାଆଁ ଟାଉଟର

1 min
13.4K


କରିନୁ ଚାକିରୀ ରହିଛୁ ବେକାରୀ 

କରୁ ଟାଉଟର ଗିରି 

ନିତି ଧାଉଁଥାଉ ଅଫିସର ପରି 

ବ୍ଲକ ଆଉ କଚେରୀ ।।

ଆଗରୁ ଖଣ୍ଡିଏ ଥିଲା ସାଇକେଲ 

ଏବେ ମଟର ସାଇକେଲ 

ଆମେ କୁଜିନେତା ନେତାଙ୍କର କୁତା 

ସବୁଠି ଚଳାଉ ଚାଲ୍ ।।

ଗାଁଆକୁ ଯେତେକ ଯୋଜନା ଆସିବ 

ଭାଗବଣ୍ଟା କରି ନେଉ 

କିଛି ନ ପାଇଲେ କରୁ ଗଣ୍ଡଗୋଳ 

ରଖିଥାଉ ଆମ ଭାଉ ।।

ଦେଇ ପାନ ବିଡି ରଖିଥାଉ ଭିଡି 

ଗାଁଆର ମୁରୁଖ ଲୋକଙ୍କୁ 

 କଥାରେ କଥାରେ ହାଲ୍ଲା ଜୁଲ୍ଲା କରି 

ସୁରକ୍ଷା ଦିଅନ୍ତି ଆମକୁ ।।

ପଲ୍ଲୀ ସଭାକୁ ଭଣ୍ଡୁର କରୁଛୁ 

ଆମକୁ ଯଦି ନ ମିଳେ 

ମିଳି ଗଲା ଯଦି ମହା ଆନନ୍ଦରେ 

କହୁ ଆମ ନେତା ଭଲରେ ।।

ବିକାଶର ନାମ ଦେଉ ସର୍ବନାଶ 

ଆମ ପାଖେ କିଛି ନାହିଁ 

ରାଜନୀତି କରି ପେଟ ପୋଷୁ ଆମେ 

ଦଂଗା ଓ ହଗାଂମା କରି ।।

ଯିଏ ଯାହା କୁହ ଯାଆ ଆସେ ନାହିଁ 

ଖଳ ବୁଦ୍ଧି କରୁ ଆଗ 

ପର ଉପକାର ଜାତକରେ ନାହିଁ 

ନିଜ ସ୍ୱାର୍ଥ ବୁଝୁ ଆଗ ।।

ଆମ ନେତା ମନ୍ତ୍ରୀ କଥା କହି ଆମେ 

ଡରାଇ ଥାଉ ସଭିଙ୍କୁ 

ଚାକିରୀ କରୁ କି ବିଜିନେସ କରୁ 

ମାନିଥାଏ ସିଏ ଆମକୁ ।। 

 ସୁଶାନ୍ତ ପ୍ରଧାନ 

   ବଂଧହୁଡା 

 ନରସିଂହପୁର କଟକ


Rate this content
Log in