STORYMIRROR

Pramod Kumar Jena

Others

2  

Pramod Kumar Jena

Others

ଏତିକି ମୋହର ଅଳି

ଏତିକି ମୋହର ଅଳି

1 min
265


ଆଖି ଖୋଲୁ ଖୋଲୁ ଦିଶି ଯାଉଥାଉ

ତୋ ବଡ ଦେଉଳ ନେତ

ମୁହଁ ଖୋଲୁ ଖୋଲୁ ତୁଣ୍ଡେ ପଶିଯାଉ

ନାଆଁ ତୋର ଜଗନ୍ନାଥ ।

ବହି ଯାଉଥାଉ ଧାର ଧାର ଲୁହ

ତୋ ମୁଖ ଦର୍ଶନ କରି

ଧୋଇ ଯାଉଥାଉ ପାପ ଶୀରି ମୋର

ତୋ ନାମ ସ୍ମରଣ କରି ।

ଗଡି ଯାଉଥାଏ ବାଇଶି ପାହାଚେ

ଲାଗୁ ଭକତଙ୍କ ଧୂଳି

ଧନ୍ୟ ହେଉ ମୋର ମାନବ ଜୀବନ

ଏତିକି ମୋହର ଅଳି ।


Rate this content
Log in