STORYMIRROR

Santosh Pattnayak

Others

3  

Santosh Pattnayak

Others

ଏତିକି ବିନତି ଆଜ

ଏତିକି ବିନତି ଆଜ

1 min
14.2K


ସୁନା ବେଶେ ଆଜି ଝଲସିବ ନାଥ

ଆରତ ଜନଙ୍କୁ ଚାହିଁ

ଭାଗ୍ୟକୁ ଆଦରି ବାରଦ୍ଵାର ମୁହିଁ

ଦେଖ ହେ ଜଗତ ସାଇଁ....

ତୁମେ ଯଦି କର୍ତ୍ତା ସର୍ବ ହୃଦ ସ୍ଥିତା

ମୋ'କର୍ମ ତ ତୁମ ପାଇଁ

ତେବେ କିବା ଦୋଷେ ଦଣ୍ଡୁଅଛ ରୋଷେ

ବୁଝିବା ଶକତି ନାହିଁ....

ଲହୁ ଆଉ ଲୁହ ଝରି ଯାଏ ନିତି

ସବୁ'ତ ତୁମ୍ଭଙ୍କୁ ଜ୍ଞାତ

ଯଦି ମୁଁ ' ପତିତ ହେ ଜଗତ ନାଥ

ଉଦ୍ଧାରି ନିଅ ତ୍ଵରିତ....

ବିନତି ବାଢିଲି ଭୋକିଲା ଉଦରେ

ଦୁଃଖ ବୁଝିବ ସାଆନ୍ତେ

ତୁମେ ପଛେ ନାଅ ସୁନା,ହୀରା,ଲୀଳା

ଦାସ କର ଥରେ ମୋତେ....

ଅଭିଯୋଗ ନାହିଁ ମାଗୁଛି ମୁଁ ଭିକ

ଶୁଣ'ହେ ରାଜାଧିରାଜ

ଲଦିଲେ'ବି ଦୋଷ ଥାଉ ଟିକେ ଭାବ

ଏତକ ମାଗୁଣି ଆଜ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍