STORYMIRROR

Neelima Nivedita Behera

ଏଣୁତେଣୁ

2  

Neelima Nivedita Behera

ଏଣୁତେଣୁ

ଏଣୁତେଣୁ ୬

ଏଣୁତେଣୁ ୬

1 min
13K


କିଏ ଭଲା ରୋକିପାରିବ "କଢି"କୁ

ଫୁଲ ହେଇ ନିଜକୁ ସଂପୂର୍ଣ୍ଣ ପ୍ରସ୍ଫୁଟିତ କରିବାକୁ ?

ନିଜ ଛୋଟବଡ଼ ପାଖୁଡ଼ାରେ ରଙ୍ଗ ବୋଳି

ଆଖି ଆଇନାରେ ମନ୍ଦମନ୍ଦ ହସିବାକୁ ?

ରୋକି ହୁଏ କିନ୍ତୁ ଲୁହକୁ

ଯିଏ ଲୁଚି ରହିଥାଏ ପଲକର ପଛ ପଟେ

ରୋକି ହୁଏ ବି ହସକୁ

ଯିଏ ଝୁଲିଥାଏ ଦୁଇ ଫାଳ ଓଠର କବାଟେ

ରୋକି ହୁଏନି ଯାହା ସିଏ କେବଳ

ତୁମ ପ୍ରତି ମୋର ଅନୁରାଗ...

ଠିକ୍ ସେଇ ଫୁଲ ପରି ଫୁଟୁଥାଏ ଚୁପିଚୁପି ନିରବରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍