STORYMIRROR

Pramod Kumar Jena

Others

3  

Pramod Kumar Jena

Others

ଏମିତି ସୁଖ କାହିଁ

ଏମିତି ସୁଖ କାହିଁ

1 min
515




ଉଡିବି ଯଦି ସପନ ଦେଶେ

ରାଣୀ ଥିବ ମୋ ପ୍ରିୟା

ଶୋଇବି ଯଦି ମାଆ କୋଳରେ

ପଣତ ତାର ଛାୟା


ବୁଲିବି ଯଦି ଗାଆଁ ଦାଣ୍ଡରେ

ବାପାଙ୍କ ହାତ ଧରି

ଗୁରୁଣ୍ଡେ ଯଦି ଘୋଡା ସାଜି ମୁଁ

ପିଠିରେ ନାତି ଧରି


ଘୁରିବି ଯଦି ଚକା ଭଉଁରୀ

ସ୍ତ୍ରୀ ଦେଖାଣାହାରୀ

ଦୁଇ ପାଖରେ ମୋ ପୁଅ ଝିଅ

ହାତକୁ ଥିବେ ଧରି


ବଞ୍ଚେ ମୁଁ ଯଦି ଦିନ କେଇଟା

ଚଳୁ ମୋ ଗୋଡ ହାତ

ଡାକୁ ମୁଁ ଥିବି ସଞ୍ଜ ସକାଳେ

ତୁମକୁ ଜଗନ୍ନାଥ


ପ୍ରମୋଦ କୁମାର ଜେନା ©



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍