STORYMIRROR

Pramod Kumar Jena

Others

3  

Pramod Kumar Jena

Others

ଏମିତି କଥା

ଏମିତି କଥା

1 min
247

ସମ୍ମିଳନୀ ଗଲି        ସମାରୋହ ଗଲି

କେତେ ଯେ ଶୁଣିଲି ପ୍ରେମ କବିତା

ତାଳିମାଡ କଲି       ନ ବୁଝି ନ ଶୁଝି

ମୁଣ୍ଡେ ଢୁକିଲାନି ପଦ କେଇଟା ।


ପାଖେ ଥିଲେ ଜଣେ  ବୟୋଜ୍ୟେଷ୍ଠ କବି

ବୁଝିପାରିଲେ ମୋ ମନର କଷ୍ଟ

ହସିକି କହିଲେ

ପ୍ରେମ କବିତାର          ଅର୍ଥ ହିଁ ନଥାଏ

ଖାଲି ଯାହା ତାର ନାଆଁ ଯଥେଷ୍ଟ ।



Rate this content
Log in