STORYMIRROR

Sunanda Mohanty

Others

3  

Sunanda Mohanty

Others

ଏମିତି ହୁଅନ୍ତା କି

ଏମିତି ହୁଅନ୍ତା କି

1 min
16

 


କରୋନା ଆସି ଚାଲିଯିବା ପରେ 

ସାତ ଋତୁ ସାତ ସ୍ୱର ପାଲଟି ଘରେ 

ଭେଦଭାବ ନଥିବ ଆପଣା ପରେ 

ଈର୍ଷା ରାଗ ଦ୍ୱେଷ ବଦଳି ଯାଇଥିବ

ତୁ ଆଉ ମୁଁ, ମୁଁ ଆଉ ତୁ ଗୋଟେ ବ୍ୟାସ 

ଗୋଟିଏ ବୃତ୍ତର ଦୁଇ ପରିଧିରେ 


ସମୟ ଲୁଚକାଳି ଖେଳୁ ନଥିବ ସାଥିରେ 

ଛାଇ ନଥିବା ଆଲୁଅରେ ଅବା ଅନ୍ଧାରେ 

ନଈଟା ଉଛୁଳୁ ଥିବ ବର୍ଷ ତମାମରେ 

ପକ୍ଷୀଟି ଡରୁ ନଥିବ ବା ବତାସକୁ ବାରେ 

ଚାରିଆଡ଼େ ମହକୁଥିବ ଫୁଲର ବାସ୍ନାରେ 

ଫୁଟି ପୁଣି ଝରୁଥିବେ ଦେବତା ଗଳାରେ 


ତୋର ମୋର ଭାବ ନଥିବ କୋଉଠାରେ

ଭାଇଚାରାରେ ବତୁରି ଦିନରାତି ଏକରେ 

ଉତ୍ତର ଗୋଲାର୍ଦ୍ଧରୁ ଦକ୍ଷିଣ ଗୋଲାର୍ଦ୍ଧ ଯାଏଁ 

ପୁଣି ପୂର୍ବରୁ ପଶ୍ଚିମ ଦେଇ ଇନ୍ଦ୍ରଧନୁ ରଙ୍ଗରେ 

ସବୁଆଡେ ସବୁଜିମା ଓ ସ୍ଵଚ୍ଛତା ଭିତରେ 

ତୁ ମୁଁ ସେ ଗୋଟିଏ ସୂତାର ଆରମ୍ଭ ଶେଷରେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍