STORYMIRROR

Sasmita Choudhury

Others

3  

Sasmita Choudhury

Others

ଏମିତି ବନ୍ଧୁଟେ ବହି

ଏମିତି ବନ୍ଧୁଟେ ବହି

1 min
166


ଦୁନିଆର ସବୁ 

ଆତ୍ମୀୟସ୍ବଜନ, 

ଭାଇ ବନ୍ଧୁ, ପରିଜନ, 

ସବୁ ସଂପର୍କରୁ

ଊର୍ଦ୍ଧ୍ବରେ ଥାଏ ଯେ

ମୋ ପ୍ରିୟ ବହିର ସ୍ଥାନ। 


ଶୈଶବ କାଳରେ 

ବହିଟି ମୋ ଥିଲା

ଚିତ୍ର ସମ୍ବଳିତ 

ନୂଆ ଦୁନିଆର ସାଥି, 

କୈଶୋରେ ସେ ବହି

ପାଲଟିଲା ମୋର

ଗପ ଓ ଗୀତର

ଅନୁପମ ଏକ ବିଥି। 


ତାକୁ ହିଁ ପଢି ମୁଁ 

ବୁଝିଛି ଯେତେକ 

ଜରା ଓ ମୃତ୍ଯୁ ର

ଜୀବନର ଚିତ୍ରଗୀତି, 

ଅବୁଝା ଗଣିତ, 

ଅଭେଦାବଳୀ ବା

ଉପପାଦ୍ୟ, ପରିମିତି। 


ଶିଖାଇଛି ମୋତେ 

ଜୀବନ ଜୀଇଁବା 

ବଢାଇଛି ମୋର

ଜ୍ଞାନର ପିପାସା ସିଏ, 

ଦିଗଦର୍ଶନ ଦିଏ

ଗୀତା, ଭାଗବତ 

ଯେବେ ଯେବେ ମୋର

ମନ ଆନ୍ଦୋଳିତ ହୁଏ। 


ହସିଛି, କାନ୍ଦିଛି

ବିହ୍ବଳ ହୋଇଛି, 

ପାଇଛି ତା' ଠାରୁ 

ସମସ୍ୟାର ସମାଧାନ, 

ଏଇ ବହି ଲାଗି 

ବିଦ୍ୟାର୍ଥୀଟିଏ ମୁଁ 

ସାର୍ଥକ ଲାଗେ ଜୀବନ। 


ସୁଦୂର ଅତୀତେ

ବହି ଥିଲା ଏକ 

ଭୁର୍ଜ ପତ୍ର ବା

ତାଳପତ୍ର ପରେ

ଲିଖିତ ପୋଥିର ରୂପ, 

ଛାପା ବହି ପରେ 

ଏବେ ସେ ନେଇଛି

ଇ-ବୁକ୍ ର ସ୍ବରୂପ। 


ସମାଜର ସେ ତ

ଆଲୋକ ବର୍ତ୍ତିକା, 

ତା'ଦେହେ ଲିଖିତ 

ଦେଶର ଭାଗ୍ଯ ରବି, 

ଇତିହାସ, ଅଙ୍କ, 

ଭୂଗୋଳ, ବିଜ୍ଞାନ, 

ଭାଷା, ଭେଷଜ ବା

ଖଗୋଳୀୟ ପ୍ରତିଛବି। 


ଭଲ ବହିଟିଏ 

ଅମୃତର ଧାରା, 

ବଦଳାଇ ଦିଏ

କୋଟି ବିଶ୍ବର 

କୋଟି କୋଟି ଜନମନ, 

ଖରାପ ବହି ଟି

ହଳାହଳ ବିଷ, 

ରଚିଯାଏ ପରା

ଧ୍ବଂସର ଲୀଳା 

ସଭ୍ଯତାର ଅବସାନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍