STORYMIRROR

Sunanda Mohanty

Others

2  

Sunanda Mohanty

Others

ଏକସ୍ତରିତମ ଗଣତନ୍ତ୍ର ଦିବସ

ଏକସ୍ତରିତମ ଗଣତନ୍ତ୍ର ଦିବସ

1 min
166

ମୋହନଦାସ କାରମଚାନ୍ଦ ଗାନ୍ଧୀଙ୍କ ଆହ୍ଵାନେ,

ବୀର ସୁପୁତ୍ର,

ତଥା ବରପୁତ୍ରଙ୍କ ଆତ୍ମବଳିଦାନେ,

ଦେଶ ହେଲା ସ୍ୱାଧୀନ ଉଣେଇଶ ଶହ ସତଚାଳିଶ ସନେ। ହେଲେ ଶାସନ ଖସଡ଼ା ପ୍ରସ୍ତୁତ ନଥିଲା,

ଦେଶର ସୁରକ୍ଷା ସାନମାନେ,

ଲର୍ଡ଼ ମାଉନ୍ଟ ବ୍ୟାଟେନଙ୍କ ଦ୍ୱାରା ଚାଲୁଥିଲା ଶାସନ ଓ ଡ଼କ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରଚେଷ୍ଟାରେ,

ଦୁଇବର୍ଷ ଏଗାର ମାସ ଅଠର ଦିନ ପରେ ସମ୍ବିଧାନ ପ୍ରଣୟନେ,

ଲାହୋର ଠାରେ ଉଣେଇଶ ଶହ ପଚାଶ ଦିନ ଜବାହର କରିଥିଲେ ତ୍ରିରଙ୍ଗାର ଉତ୍ତୋଳନ।

ପିଙ୍ଗାଲି ଭେଙ୍କୟା ତିରିଶଟି ଦେଶର ପତାକାକୁ କରି ବିଶ୍ଲେଷଣ,

ପରେ ଗାନ୍ଧୀଙ୍କ ପରାମର୍ଶରେ ଉନେଇଶଶହ ଏକୋଇଶ ମସିହାରେ,

ଏ ତ୍ରିରଙ୍ଗାକୁ କରିଲେ ସଯତ୍ନ।

ତିନିଗୋଟି ରଙ୍ଗ ତାର କମଳା, ଧଳା, ସବୁଜ ଅଟେ ପ୍ରତୀକ ମହାନ।

ସନମାନ, ସାହାସ, ତ୍ୟାଗ, ବିଶ୍ୱାସ, ସବୁଜବିପ୍ଳବର ସମାଗମ,

ଅଶୋକଚକ୍ର କରେ ସତ୍ୟ, ଧର୍ମ, ବିନୟର ସମ୍ପର୍କ ବହନ।

ପ୍ରତିଟି ଡ଼ିସେମ୍ବର ସାତ ତାରିଖ ପତାକା ଦିବସ ପାଳନ, ଆନ ବାନ ସାନର ପ୍ରତୀକ ଏହି ତ୍ରିରଙ୍ଗା ଆମରି ସନମାନ। ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ରପ୍ରସାଦ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ବରଣ୍ୟ, ଉଣେଇଶ ଶହନଅରେ ପିଙ୍ଗାଲି ଭେଙ୍କୟାଙ୍କ ପାଇଁ ଡାକ ଟିକଟ ହେଲା ପ୍ରଚଳନ।

ଏକମନ ଏକପ୍ରାଣ ହୋଇ ଆଗେଇଆସିବା ହୋଇ ଭାଗ୍ୟବାନ,

ଆମେରିକାର ଭୂତପୂର୍ବ ରାଷ୍ଟ୍ରପତି ଆବ୍ରାହାମଲିଙ୍କନ, କହିଗଲେ ଗଣତନ୍ତ୍ର ଲୋକମାନଙ୍କପାଇଁ, ଲୋକମାନଙ୍କଦ୍ବାରା ଲୋକମାନଙ୍କର ଶାସନ।

ମିଛ, ଲାଞ୍ଚ, ସନ୍ତ୍ରାସ,ଆତଙ୍କ, ଅସତ୍ୟ ଦୁରେଇ କରିବା ସଭିଙ୍କୁ ସନମୋହନ।

ସତ୍ୟ, ଧର୍ମ, ଶାନ୍ତି, ପ୍ରୀତି, ମୈତ୍ରୀର କରି ଆଶ୍ବାଦନ, ହିମାଳୟରୁ କନ୍ୟାକୁମାରୀ ଅମୀରରୁ ଫକିରୀ,

କରୁଥିବା ଏହି ଦିବସ ପାଳନ।



Rate this content
Log in