Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

2  

Raja Sekhar CH V

Others

ଏକାନ୍ତ ଜୀବନ

ଏକାନ୍ତ ଜୀବନ

1 min
365


ଜୀବନ୍ତ କାଳରେ ଏକାନ୍ତ ଜୀବନ ହେଉଛି ବହୁ ଜଟିଳ କୁଟିଳ କଠିନ,

ଶଯ୍ୟାଶାୟୀ ଅସୁସ୍ଥତା ବୃଦ୍ଧାବସ୍ଥା ଜଣାଏ କେତେ ଆବଶ୍ୟକ ରକ୍ତ ବନ୍ଧନ |୧|


ଆଖପାଖରେ ଦେଖିବାକୁ କିଏ ବି ନ ଥାଆନ୍ତି,

ନିକଟବର୍ତ୍ତୀ ଲୋକ ରହିଲେ ଭଲ ମନ୍ଦ ବୁଝିପାରନ୍ତି |୨|


ସବୁଦିନ ରହିବନି ଜୀବନ ରେ ସମାନ,

ଏକାକୀ ହେବା ର କଷ୍ଟ ଜଣାଏ ଯେବେ ହେବା ଶକ୍ତିହୀନ |୩|


ଏହା ଏକ ନିବାଡ଼ ସତ୍ୟ ଯେ ଆମେ ଆସିଛୁ ଏକା,

ଏହା ବି ନିବିଡ଼ ତଥ୍ୟ ଯେ ସଂସାର ଛାଡି ଯିବାକୁ ହେବା ହୋଇ ଏକା |୪|


ଯଥାସମ୍ଭବ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଯତ୍ନ ନେବା ଅନିବାର୍ଯ୍ୟ,

ଏକୁଟିଆ ଲୋକଙ୍କୁ ଶୀଘ୍ର ମିଳିବନି ସୌହାର୍ଦ୍ଦ୍ୟ ସାହାଯ୍ୟ |୫|


ଶରୀର ପରିତ୍ୟାଗ ବେଳକୁ କିଛି ନେଇ ହେବନି,

ନିଜର ସାମାନ ମାନପତ୍ର କାଗଜପତ୍ର ବି ନିଜ ସହ ଆସିବେନି |୬|


ସାକ୍ଷୀ ରୂପରେ ରହିବେ କେବଳ ନିର୍ଜୀବ ଶଯ୍ୟା,

ଅନ୍ୟ ସଜୀବ ଅସହାୟ ବ୍ୟକ୍ତି ର ଅପେକ୍ଷା ରେ କାଟନ୍ତି ନିଜ ଦିନଚର୍ଯ୍ୟା |୭|


ପ୍ରେମ ସ୍ନେହ ସହ ଭଲଭାବେ ସାଇତିବାର ଅଛି ନିଜ ଇହଲୋକ ବନ୍ଧନ,

ତାହାଲେ ବାର୍ଦ୍ଧକ୍ୟ ରେ କେବେ ହେଲେ ସମ୍ମୁଖୀନ ହେବନି ଏକାନ୍ତ ଜୀବନ |୮|


Rate this content
Log in