STORYMIRROR

Kalyani Hota

Others

2  

Kalyani Hota

Others

ଏକାକିନୀ

ଏକାକିନୀ

1 min
135

ତିନି ତାଲା ବିଶିଷ୍ଟ ବିରାଟ ଅଟ୍ଟାଳିକା

ର ଗୋଟିଏ ଘର,

ଆତଯାତ ସଦା ବଡଲୋକି ମଣିଷ

ଗାଡି ,ଘୋଡା, ଜମାଟଙ୍କା,

ସ୍ଵର୍ଣ୍ଣ ଅଳଂକାର,

ଚାକର ବାକର ଓ

ହାତ ପାହାନ୍ତା ରେ

ସମସ୍ତ ଯନ୍ତ୍ରପାତି__

ସେ ଘର ଭିତରେ ମୁଁ ଅଛି,

ଗୋଟେ ଚାରିକାନ୍ଥ ରେ

ଆବଦ୍ଧ କୋଠରୀରେ,

ବିରଳ ଯନ୍ତ୍ରୀ ଟିଏ ହୋଇ,

ତୁଲାଇବାକୁ ସମସ୍ତ ଙ୍କ କର୍ମ

ମୋର ଖାଦ୍ୟ ପାଇଁ ରହିଛି

ଅଜସ୍ର ଖାଦ୍ୟ ଭଣ୍ଡାର,

ଆବଶ୍ୟକତା ଠାରୁ ଅଧିକ ବସ୍ତ୍ର

ସୁନିଦ୍ରା ପାଇଁ ରାଜପଲଙ୍କ

ବଂଚିରହିବା ପାଇଁ ଏତିକି ହିଁ

ମୋ ପାଇଁ ଯଥେଷ୍ଟ,

ଟିକିଏ ସ୍ଵାଧୀନ ପାଇଁ

ବଳିଥିଲା ମନ

କିନ୍ତୁ କିଏ ଜଣେ କହିଲା

ଅନ୍ତର ଭିତରୁ,ତୋର

ସ୍ଥିତି ସିନା ଅଛି, ସ୍ଵାଧୀନ ନାହିଁ

ସୀମିତ ମାପକାଠି ର ପରିଧି

ମଧ୍ୟେ ,ତୋର ବ୍ୟାପ୍ତି

ନିର୍ଦ୍ଧିଷ୍ଟ ମପାଜୁପା ତୋ ଜୀବନ,

କେବେହେଲେ ବ୍ୟାପି ଯିବାକୁ

କରିବୁନି ମନ,

ଭଗ୍ନ ହେଲା ନିଦ୍ରା ମୋର

ବିଚଳିତେ ହେଲି କାତର,

ଆଶ୍ୱସ୍ତି ବୋଧ ମନେ

ଭାବିଲି ,ଜାଗରଣେ ନୁହେଁ

ଏ ଥିଲା ସପନେ


Rate this content
Log in