STORYMIRROR

Ch Loknath Reddy

Children Stories Comedy Drama

4  

Ch Loknath Reddy

Children Stories Comedy Drama

☕️ ଏକ କଫ କଫି ☕️

☕️ ଏକ କଫ କଫି ☕️

1 min
249


ଆନନ୍ଦରେ ଭାସେ ମୋ କଳା ମୁଖଟି

ତୋ ହାତର କଫି ପିଇଲେ

ସ୍ୱର୍ଗ ସୁଖ ମୋତେ ମିଳୁଛି ସାଥିରେ

ଖୁସି ତ ନ ସରେ କହିଲେ |

ସଦା ଭାଙ୍ଗିଦେଉ ନିଦକୁ ମୋହର

ଏକ କପ୍ କଫି ଆଣି

ନିଦ ଭାଙ୍ଗିଯାଏ ତୋ କଫି ବାସରେ

ଏଭଳି କରୁ ତୁ ଜାଣି |

ପ୍ରତ୍ୟୁଷରେ ଉଠି ତୋ ମୁଖ ଦେଖିଲେ

ଦିନସାରା ହୁଏ ଶୁଭ

ତୋ ଦ୍ୱାରା ଗଢ଼ିତ କଫିକୁ ପିଇଲେ

ଆଉ କିଆଁ କ୍ଷୁଧା ହେବ?

କରିଥିଲି କେବେ ମନ୍ତ୍ର ଜପ ତପ

ପାଇବାକୁ ତୋତେ ପ୍ରିୟା

କିଭଳି ପାଇଲି ତୋତେ ଆଜି ମୁହିଁ

ଭାବିଲେ ଲାଗୁଛି ମାୟା |

ରଖିଦେବି ସଦା ତୋତେ ମୋ ପାଶରେ

ତୋ ମୁଖ ସଦା ମୁଁ ଦେଖିବି

ତୋ ଚନ୍ଦ୍ର ବଦନ ଦେଖି ଦେଖି ପୁଣି

ତୋ ହାତର କଫି ପିଇବି ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍