STORYMIRROR

ABADHOOT PANDA

Others

4  

ABADHOOT PANDA

Others

ଏକ ଜଳକୂପର ମଣ୍ଡୁକ

ଏକ ଜଳକୂପର ମଣ୍ଡୁକ

2 mins
328

ଏକ ଜଳ କୂପର ମଣ୍ଡୁକ 

***********

ସାଂସାରିକ କାମନାପୂର୍ତ୍ତିର ସ୍ବପ୍ନ ଦେଖି

ଅବିରତ ସ୍ୱାର୍ଥାଗ୍ନିକୁ ଇନ୍ଧନ ଯୋଗେଇ

କ୍ଷୁଦ୍ରଚେତସ ପିଗ୍ମୀ ସ୍ଵଭାଵ ଏତେ ବେଶୀ ରୁହେ ଯେ କାର୍ଯ୍ୟବ୍ୟସ୍ତ

ଆତ୍ମକୈନ୍ଦ୍ରୀକ ଅହଂକାର ତାକୁ ଜଣାପଡ଼େ ସମ୍ପୂର୍ଣ୍ଣ ଗୋଲାପୀ ଯେଉଁଠି ଲୋଲୁପତା ଓ ଖଣ୍ଡିତ

କିଶଳୟ କରେ ଘଣ୍ଟି ବାଦନ

କରି ପରିଣତ ଜଣେ ମଣିଷକୁ

କୂପସ୍ଥିତ ଗୋଟିଏ ମଣ୍ଡୁକ ସଦୃଶ l


ଯଦି ତୁମେ କେବେ କର ଅଭିଳାଷ

ଦେଖିବାକୁ ସ୍ବପ୍ନ ତେବେ ତୁମେ 

ସ୍ବପ୍ନ ଦେଖିଚାଲ ଏକ ବାଜପକ୍ଷୀ 

ସମ ଉଡ଼ିଚାଲ ଅତି ଉର୍ଦ୍ଧ୍ଵରେ କରି ପ୍ରସାରିତ ତୁମ ପକ୍ଷ ଆକାଶ ଆଡ଼କୁ

ତୁମେ ତୁମ ସ୍ବପ୍ନକୁ କର ଉଚ୍ଚ ଶକ୍ତିମାନ ପୃଥିବୀ ଉପର ସର୍ବତ୍ର 

କର ପରିବେଷ୍ଟିତ ଆଙ୍କି ଦେଇ ଏକ

ବିରାଟ ବୃତ୍ତ ପ୍ରେମ ଓ ସହାନୁଭୂତିର

କେବଳ ନୁହେଁ ଘେରି ରଖିବା ନିମନ୍ତେ ତୁମର ସନ୍ତାନ ଓ ପରିବାରବର୍ଗଙ୍କୁ

କିନ୍ତୁ ଏହା ବ୍ୟତିରେକ 

ଭଲପାଇଚାଲିବାକୁ ମାନବୀୟ ଜାତିର ପ୍ରତ୍ୟେକ ସଦସ୍ୟଙ୍କୁ l


ହେ ମୋର ପ୍ରିୟ ପିଗ୍ମୀ ବନ୍ଧୁ 

ଆଗେଇ ଚାଲ ଅତିରିକ୍ତ ଗୋଟିଏ ମାଇଲ୍ ଦୂରକୁ

ତୁମର ପ୍ରେମକୁ କର ପ୍ରସାରିତ 

ଜଣଙ୍କ ଆଉ ସମସ୍ତଙ୍କ ପ୍ରତି

ଫୁଟି ବାହାରି ଆସି ତୁମର କଠୋର ସ୍ୱାର୍ଥପର ଖୋଳପା ଭିତରୁ

ବାହାରି ଆସ ତୁମେ ତୁମର କ୍ଷୁଦ୍ର ମାନସ ଯୁକ୍ତ ଜଳ କୂପ ଭିତରୁ

ସମସ୍ତ ଯତ୍ନଶୀଳତାପୂର୍ଣ୍ଣ ମାନବୀୟ

ପ୍ରବୃତ୍ତି ସହିତ

ଉପଭୋଗ କରିଚାଲ ଏକ ବିସ୍ତାରିତ

ହାର୍ଦ୍ଦିକ ଅନୁଭୂତି ପୂର୍ଣ୍ଣ ପ୍ରେମଶୀଳ

ମହାସାଗର l


ହେ ମୋର ସଂକୁଚିତ ପିଗ୍ମୀ ସତ୍ତା

କାହିଁକି ସ୍ବପ୍ନ ଦେଖିବନି କରିବାକୁ

କାମନା

ଏକ ଜାଗତିକ ଅସାଧାରଣ ବିରାଟ କାୟ ମାନବ ସଦୃଶ

ନିର୍ମାଣ କରିବାକୁ ଏକ କ୍ଷେତ୍ର ସାର୍ବଜନୀନ ସମାବେଶର

ହୋଇଯିବାକୁ ଏକ 

ପ୍ରେମଶୀଳ ପାର୍ଥିବ ନାଗରିକ

ଯଦ୍ୱାରା ସମସ୍ତ ସମ୍ବେଦନଶୀଳ

ସତ୍ତାବଳୀ ପୃଥିବୀ ପୃଷ୍ଠରେ

ହୋଇପାରନ୍ତି ଆମ ନିଜର ପରିବାର

ଆନନ୍ଦ ଉଲ୍କାସ ଏବଂ ପ୍ରସନ୍ନତାର l


( Original clicked by the poet © Bhagirath Choudhary dated Nil

Name of the Poem:

Frog of a water well 

Translated in Odia language by Abadhoot Panda dated: 19.04.2025 )































 


Rate this content
Log in