STORYMIRROR

Minakshi Samal

Others

3  

Minakshi Samal

Others

ଏକ ଅନୁଭବ

ଏକ ଅନୁଭବ

1 min
410

ସାଗରରୁ ମୋତି ଆଣିବି ସାଉଁଟି

ଆକାଶରୁ ଜନ୍ହ ତାରା

ମୋ ପାରୁ ପଣିଆ ସାର୍ଥକ କରିବି

ତୋ ପାଇଁ ନୟନ ତାରା।

ଆଞ୍ଜୁଳା ଆଞ୍ଜୁଳା ଆଶୀର୍ବାଦ ସବୁ

ଠାକୁରଙ୍କୁ ଠାରୁ ମାଗି

ପାଖରେ ରଖିବି ଯତନେ ସାଇତି

କେବଳ ତୋହରି ଲାଗି।

ମୋ ସୁକୃତ ବଳେ ଯଦି ମିଳେ ପୁଣ୍ୟ

ସେ ଫଳ ତୁ ଭୋଗ କର

ସମସ୍ତ ଖୁସିର ଅଧିକାରୀ ହୋଇ

କଟିଯାଉ ଦିନ ତୋର।

ତୋ ଚନ୍ଦ୍ରଉଦିଆ କଅଁଳ ମୁହଁକୁ

ଚାହିଁଦେଲେ ଥରେ ମୁହିଁ

ସାତ ଜନ୍ମ ପୁଣ୍ୟ ପ୍ରାପତ ହେବାର

ଆନନ୍ଦ ମିଳଇ ତହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍